www.samajalive.in
Sunday, December 7, 2025
18.1 C
Bhubaneswar

ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ୨ ପଲସର ଆରୋହୀ

ପାଟଣା: ଘଟଗାଁ ଥାନା ଅଂଚଳରେ ପୁନଶ୍ଚ କଳା ପଲସର୍ ଆତଙ୍କ ସୃଷ୍ଟି ହୋଇଛି। ଏକ କଳା ପଲସରରେ ଆସିଥିବା ୨ ଯୁବକ ଢେଙ୍କିକୋଟ ଉଚ୍ଚବିଦ୍ୟାଳୟ ମୁଢ଼ି ଭଜା କାରଖାନା ସାମ୍ନାରେ ଥିବା ଏକ ବାଇକ୍ ଡିକି ଭାଙ୍ଗି ନଗଦ ୧ ଲକ୍ଷ ୨୨ ହଜାର ଟଙ୍କା ଆଖି ପିଛୁଳାକେ ଲୁଟି ଫେରାର ହୋଇଯାଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ଘଟଗାଁ ଥାନା ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମର ସୂର୍ଗତ ଚରଣ ବେହେରାଙ୍କ ପୁଅ ରଞ୍ଜନ କୁମାର ବେହେରା (୪୫) ଆଜି ଘଟଗାଁ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଢେଙ୍କିକୋଟ ୟୁନିୟନ ବ୍ୟାଙ୍କରୁ ମଧ୍ୟ ଟଙ୍କା ଉଠାଇଥିଲେ। ମୋଟ ୧ ଲକ୍ଷ ୨୨ ହଜାର ନିଜ ହୋଣ୍ଡା ସାଇନି ବାଇକ ଡିକିରେ ରଖି ଢେଙ୍କିକୋଟ ଉଚ୍ଚ ବିଦ୍ୟାଳୟ ନିକଟ ମୁଢ଼ି କାରଖାନାରୁ ମୁଢ଼ି କିଣିବା ପାଇଁ ବାଇକଟି ସେବା ମାର୍ଗ କଡ଼ରେ ରଖି ଯାଇଥିଲେ। ତେବେ ରଞ୍ଜନକୁ ପିଛା କରୁଥିବା ୨ ପଲସର ଆରୋହୀ ଆଖି ପିଛୁଲାକେ ରଞ୍ଜନଙ୍କ ବାଇକ୍ ନିକଟରେ ପହଞ୍ଚି ନକଲି ଚାବିରେ ଡିକି ଖୋଲି ଟଙ୍କା ବାହାର କରିନେବା ସହ ଡିକି ମଧ୍ୟ ପୂର୍ବପରି ଚlବିମାରି ଫେରାର ହୋଇଯାଇଥିଲେ। ତେବେ ରଞ୍ଜନଙ୍କ ଅଜାଣତରେ ଘଟଣା ଘଟିଥିବାରୁ ସେ ମୁଢ଼ି ଆଣିବା ପରେ ବାଇକ୍ ଧରି ଘରକୁ ଚାଲିଯାଇଥିଲେ।

ତେବେ ପିପିଳିଆ ଛକରେ ସେ ଡିକି ଖୋଲିବାରୁ ଟଙ୍କା ନଥିବା ଦେଖି ହତାଶ ହେବା ସହ ପ୍ରଥମେ ଢେଙ୍କିକୋଟ ଫାଣ୍ଡି ଓ ପରେ ଘଟଗାଁ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ଘଟଗାଁ ଥାନା ଏସ ଆଇ ତପନ କୁମାର ଜେନା ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories