ପାଟଣା: ବୁଧବାର ଭୁବନେଶ୍ଵର ଫର୍ଚ୍ୟୁନ ପାର୍କ ସିସ୍ମୋ ଠାରୁ ରୋଟାରୀ କ୍ଳବ୍ ଭୁବନେଶ୍ବର କଳିଙ୍ଗ ତରଫରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟସାରା ବଛା ବଛା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜାତି ଗଠନରେ ଶିକ୍ଷକଙ୍କ ଅବଦାନ ପାଇଁ ଏକ ବିରାଟ ସମାରୋହରେ ସମ୍ବର୍ଦ୍ଧନା ଓ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ରୋଟାରୀ କ୍ଳବର ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ଏହି ସମାରୋହରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଳକ ସାନ୍ତରା ପୁର ନୋଡ଼ାଲ ବିଦ୍ୟାଳୟର ଶିକ୍ଷୟତ୍ରୀ ରୀତାଞ୍ଜଳୀ ଚକ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଫଳରେ ଶ୍ରୀମତି ଚକ୍ର ବ୍ଳକ ତଥା ଜିଲ୍ଲା ପାଇଁ ସମ୍ବର୍ଦ୍ଧିତ ହୋଇ ବ୍ଲକ ଅଞ୍ଚଳ ପାଇଁ ଆଣିଛନ୍ତି। ଏହି ସମ୍ମାନ ପାଇଁ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀମତୀ ଚକ୍ର ପୂର୍ବରୁ ଢେଙ୍କି କୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପଦୋନ୍ନତି ପାଇ ଏକ ବର୍ଷ ହେବ ସାନ୍ତରାପୁରରେ ଯୋଗଦାନ କରିଛନ୍ତି। ସେ ଓଷ୍ଟା ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲଙ୍କ ସହଧର୍ମିଣୀ ବୋଲି ଜଣାପଡିଛି।
Popular Categories



