www.samajalive.in
Sunday, December 14, 2025
26.1 C
Bhubaneswar

ଢେଙ୍କିକୋଟରେ ବୋଇତ ବନ୍ଦାଣ ପ୍ରସ୍ତୁତି ବୈଠକ

ପାଟଣା: ଢେଙ୍କିକୋଟ ତୈଳିକ ସମାଜ ପକ୍ଷରୁ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ଆୟୋଜନ କରାଯିବ ବୋଲି ଗୁରୁବାର ସଂଧ୍ୟା ୭ ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ରାଜକିଶୋର ସାହୁଙ୍କ ଆବାହକତ୍ଵରେ ବିଶ୍ବରଂଜନ ପୃଷ୍ଟିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ଟୋଲ ପ୍ଲାଜା ସନ୍ନିକଟସ୍ତ ପୁଷ୍କରିଣୀରେ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବକୁ ଢେଙ୍କିକୋଟ ତୈଳିକ ବୈଶ ସମାଜର ସଭାପତି ମୂରଲୀଧର ସାହୁ ଉଦଘାଟନ କରିବେ। ତୈଳିକ ସମାଜର ପୂର୍ବତନ ଜିଲ୍ଲା ସଭାପତି ତଥା ଢେଙ୍କିକୋଟ ତୈଳିକ ସମାଜର ଉପଦେଷ୍ଟା ବସନ୍ତ କୁମାର ପୃଷ୍ଟି ମୂଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।

ଉତ୍ସବରେ ୬୦ ବର୍ଷରୁ ଉର୍ଦ୍ଧ୍ବ ମା’ମାନଙ୍କୁ ସମ୍ମାନୀତ କରାଯିବ। କାର୍ଯ୍ୟକ୍ରମ ତଦାରଖ ଓ ସୁପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିରେ ସଭାପତି ଭାବେ ମକରଧ୍ବଜ ସାହୁ, ଉପସଭାପତି ଭାବେ ମହେଶ୍ବର ସାହୁ (ଟୁଟୁ,) ସମ୍ପାଦକ ଭାବେ ଅଶେଷ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ନିମାଇଁ ଚରଣ ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ତୈଳିକ ସମାଜର ମହିଳା ସଭାନେତ୍ରୀ ପ୍ରତିମା ସାହୁଙ୍କ ନେତୃତ୍ୱରେ ପ୍ରତ୍ୟେକ ପରିବାରରୁ ମାଆ ମାନେ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବକୁ ସଫଳ କରିବେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories