ସୁବର୍ଣ୍ଣ ଜୟନ୍ତୀରେ କଣ୍ଠଶିଳ୍ପୀ ଆର ଅଙ୍କିତା ସମ୍ବର୍ଦ୍ଧିତ
ପାଟଣା: ଢେଙ୍କିକୋଟ ମହାଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ଘଟଗାଁର ପ୍ରତିଭା ବାନ କଣ୍ଠଶିଳ୍ପୀ ଆର ଅଙ୍କିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ବରେଣ୍ୟ ଅତିଥି ଯୁବ ନେତା ଦେବାଶିଷ ପାତ୍ରଙ୍କ ଦ୍ଵାରା ସୁଶ୍ରୀ ଅଙ୍କିତାଙ୍କୁ ମାନପତ୍ର ଉପାୟନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ପ୍ରଥମ ଦିନରେ ଅତିଥି ଭାବେ ସାମିଲ ଥିବା ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଯୁବ ନେତା ଦେବାଶିଷ ପାତ୍ର, ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଜିଲାପରିସଦ ସଦସ୍ୟ ରଣଜିତ ନାୟକ ଓ ଢେଙ୍କିକୋଟ ସରପଞ୍ଚ ଖଇର ନାଏକଙ୍କୁ କମିଟି ପକ୍ଷରୁ ସଭାପତି ରାମଚନ୍ଦ୍ର ସାହୁ ଓ ସମ୍ପାଦକ ସଂଜୀବ କୁମାର ସାହୁ ପ୍ରମୁଖ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ମଞ୍ଚରେ ସ୍ୱାଗତ କରାଯାଇଥିଲା । ଶିକ୍ଷାବିତ ରୋହିତ କୁମାର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଭା ଶେଷରେ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।
Comments are closed.