ପାଟଣା: ଢେଙ୍କିକୋଟ-ପାଟଣା ଦେଇ କରଞ୍ଜିଆ ଯାଇଥିବା ୨୨୦ ନମ୍ବର ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥର ମଙ୍ଗଳପୁର ସିମୁଳିନାଳ ପୋଲ ନିକଟ ବାଇପାସ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ୨ ମାସ ମଧ୍ୟରେ ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ସବୁ ଉଠି ରାସ୍ତାରେ ଖାଲ ଖମା କାଦୁଅ ପାଣିରେ ଭର୍ତ୍ତି ହୋଇଛି। ଫଳରେ ଉକ୍ତ ସ୍ଥାନରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଦେଖା ଯାଇଛି। ୨ ମାସ ମଧ୍ୟରେ ହୋଇଥିବା ରାସ୍ତାର ପିଚୁ ସମ୍ପୂର୍ଣ୍ଣ ଉଠିଯିବାକୁ ନେଇ ସ୍ଥାନୀୟ ଲୋକେ ଅଧିକାରୀଙ୍କ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଥିବାର ଅଭିଯୋଗ ଆଣିଛନ୍ତି। ଉକ୍ତ ରାସ୍ତାର ତୁରନ୍ତ ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Popular Categories



