www.samajalive.in
Saturday, December 13, 2025
26.1 C
Bhubaneswar

ଆଖି ବୁଜିଲେ ଯକ୍ଷ୍ମା ପୀଡ଼ିତା, ଅସହାୟ ଦୁଇ ନାବାଳକ ପୁଅ

ପାଟଣା:ସାହାରପଡା ବ୍ଲକ ଅଞ୍ଚଳର ଜଣେ ଗରିବ ନିରାଶ୍ରୟା ଯକ୍ଷ୍ମା ରୋଗଗ୍ରସ୍ତ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗାଁରେ। ଏହି ଗାଁର ବିରବଲ ମହାକୁଡ଼ଙ୍କର ପରିବାର କହିଲେ ସ୍ତ୍ରୀ ଓ ଦୁଇଟି ନାବାଳକ ପୁଅ। ତେବେ ବିରବଲ ମହାକୁଡ଼ ଆଉ ଏକ ସ୍ତ୍ରୀକୁ ନେଇ ଅନ୍ୟତ୍ର ରହୁଥିବା ହେତୁ ଦୁଇ ପିଲା ଏବଂ ସ୍ତ୍ରୀ ରୀନା ଏକ ଚାଳ ଛପର ଭଙ୍ଗା ଘରେ ବହୁ କଷ୍ଟରେ ଆଶ୍ରୟ ନେଉଥିଲେ। ସ୍ୱାମୀ ପର କରି ଦେଇଥିବାରୁ ରୀନା ମହାକୁଡ଼ ମୂଲ ମଜୁରୀ ଲାଗି ଯାହା ପାଆନ୍ତି ସେଥିରେ ତାଙ୍କର ହସଖୁସିର ସଂସାର ଚାଲୁଥିଲା ହେଲେ ଏହି କିଛି ମାସ ହେଲା ତାଙ୍କ ହସଖୁସିର ସଂସାରରେ ସତେ ଯେମିତି କାହାର ନଜର ଲାଗି ଯାଇଥିଲା। ରୀନା ମହାକୁଡ଼ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ତାଙ୍କ ଦେହ ଶୁଖିବାକୁ ଲାଗିଲା ଓ ସେ ଶୁଖି ଶୁଖି କଣ୍ଟା ହୋଇ ଯାଇଥିଲେ ଓ ଚାଲିବା ବୁଲିବାକୁ ବଳ ମଧ୍ୟ ନଥିଲା। ରୀନା ମହାକୁଡ଼ ଉଦୟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇଥିଲେ ହେଲେ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ କହି ନିଜର ଦାୟିତ୍ୱ ସାରି ଦେଇଥିଲେ। ସେପଟେ ଅର୍ଥାଭାବରୁ ରୀନା ମହାକୁଡ଼ ଅଧିକ ଚିକିତ୍ସା କରିନପାରି ଆସି ନିଜ ଘରେ ଭାଗ୍ୟକୁ ଆଦରି ପଡି ରହିଥିଲେ।

ଏନେଇ ଏହି ଖବର କାଗଜରେ ଗତ ୧୬ ତାରିଖ ଖବର ପ୍ରକାଶ ପାଇଥିଲା। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ରୀନା ମହାକୁଡ଼ଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଏବେ ଦୁଇ ପୁତ୍ର ଅନାଥ ହୋଇପଡ଼ି ଥିବା ବେଳେ ଶବ ସତ୍କାର ପାଇଁ ବଡ଼ବିଲ ପଞ୍ଚାୟତ ସରପଞ୍ଚ ସୁଭଦ୍ରା ନାଏକ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିବା ସହ ନିଜସ୍ୱ ଅର୍ଥରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ବୁଦ୍ଧଦେବ ମହାକୁଡ଼, ସମାଜ ସେଵୀ ଭବାନୀ ଶଙ୍କର ମହାନ୍ତ, ହଳଧର ନାଏକ ପହଞ୍ଚି ଗ୍ରାମର ଲୋକ ମାନଙ୍କ ସହିତ ଆଲୋଚନା କରି ଶବ ସତ୍କାର କାର୍ଯ୍ୟ ଆରମ୍ଭ କରାଇଥିଲେ। ଏହି ଦୁଇ ପୁତ୍ର ଅନାଥ ହୋଇପଡ଼ିଥିବାରୁ ସରକାର ଏବଂ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନେଇ ତାଙ୍କର ରକ୍ଷଣାବେକ୍ଷଣ କରିବା ପାଇଁ ଗ୍ରାମବାସୀ ଏବଂ ଜନ ପ୍ରତିନିଧିଗଣ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories