ପାଟଣା: ପାଟଣା ବନାଞ୍ଚଳରେ ଥିବା ୧୧ ଘରିଆ ହାତୀପଲ ୨ ଦିନ ହେଲା ସଦର ବନାଞ୍ଚଳର ଜଡ଼ିପଦା ଜଙ୍ଗଲରେ ଡେରା ପକାଇଥିବା ବେଳେ ଗତରାତି ପାଟଣା ବନାଞ୍ଚଳ ହିରାପଶି ଗ୍ରାମ ଇଲାକାରେ ପ୍ରବେଶ କରି ବ୍ୟାପକ ଧାନତଳି ନଷ୍ଟ କରିଛନ୍ତି। ଏହି ହାତୀପଲ ହିରାପଶି ଗ୍ରାମର ବାବୁରାମ ମୁଦି, ମନୋଜ କୁମାର ମୁଦି, ସୂର୍ଯ୍ୟମଣି ମୁଦି, ରବିନ୍ଦ୍ର ମୁଣ୍ଡା ଓ କେନ୍ଦେ ମୁଣ୍ଡାଙ୍କ ବିଲରେ ପଶି ଧାନ ତଳି ମାଡ଼ି ନଷ୍ଟ କରିଛନ୍ତି। ଧlନତଳି ଉଜୁଡି ଯାଇଥିବା ଦେଖି ଜଣେ ବ୍ୟକ୍ତି ମୂର୍ଚ୍ଛା ଯିବାସହ ଆତ୍ମହତ୍ୟା କରିଦେବେ ବୋଲି କହୁଥିବାରୁ ପାଟଣା ବନାଞ୍ଚଳ ଅଧିକାରି ଘାସିନାଥ ପାତ୍ର ତାଙ୍କୁ ବୁଝାଇବା ସହ କ୍ଷତିପୂରଣ ଦେବା ପ୍ରତିଶୁତି ଦେବାରୁ ସେ ନରମ ପଡିଛନ୍ତି।
Popular Categories



