ନିରୀକ୍ଷଣ ପରେ ଟିକିରାରୁ ପାଟଣାକୁ ଗ୍ରିଡ ସଂଯୋଗ

ପାଟଣା: ପାଟଣା ବ୍ଲକ୍ ମୁଖ୍ୟାଳୟକୁ ଟିକିରା ଗ୍ରିଡରୁ ସିଧାସଳଖ ବିଦ୍ୟୁତ୍ ସଂଯୋଗ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସିଛି । ଏପରିକି ଠିକା ସଂସ୍ଥା ପକ୍ଷରୁ ପାଟଣାର ଟିକିରା ଗ୍ରିଡକୁ ଖୁଣ୍ଟ ପୋତା ତାର ଟଣା କାମ ମଧ୍ଯ ସରିଲାଣି । ତେବେ ସଂଯୋଗ କାମ ବାକି ରହିଛି । ଏହି କାରଣରୁ ପାଟଣା ଅଞ୍ଚଳବାସୀଙ୍କ ଅସନ୍ତୋଷ ରହିଥିବା ସୋମବାର ଖବରକାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ଯେ ଖୁଣ୍ଟପୋତା ଓ ତାରଟଣା ସରିବା ପରେ କେବଳ ନିରୀକ୍ଷଣ କାମ ବାକି ରହିଛି । ଆଜି (ମଙ୍ଗଳବାର) ବିଦ୍ୟୁତ ବିଭାଗର ମୁଖ୍ୟ ବିଦ୍ୟୁତ ନିରୀକ୍ଷକ (ଚିଫ ଇଲେକ୍ଟ୍ରିକାଲ ଇନିସପେକ୍ଟର) କାମର ନିରୀକ୍ଷଣ କରି ତଥ୍ୟ (ରିପୋର୍ଟ) ଦେବାପରେ ଟିକିରା ଗ୍ରିଡରୁ ପାଟଣାକୁ ୨୨ ତାରିଖ ଶୁକ୍ରବାର ଲାଇନ ଚାର୍ଜ କରାଯିବ ବୋଲି ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ ଏହି ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତେବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏନେଇ ସମୟ ଦେଇପାରୁ ଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.