ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ପଥକର ଫାଟକ ଭାଙ୍ଗି ଗତ ବିଳମ୍ବିତ ରାତିରେ ୩ଟି ଗୋରୁ ଗାଡି ଫେରାର ହୋଇଯାଇଥିବା ବେଳେ ଗୋଟିଏ ଗୋରୁ ବୋଝେଇ ଟାଟା ଏସି ଗାଡିକୁ ଅଟକ ରଖିଥିଲେ ବଜରଙ୍ଗ ଓ ଦେବସେନାର କର୍ମୀ । ଧୂର୍ପଦା ନିକଟରେ ଦୁଇଟି ଆଇଚର ଟ୍ରକ୍ ଏବଂ ଏକ ପିକଅପ୍ ସହ ଗୋଟିଏ ଟାଟା ଏସିଇ ଗାଡ଼ିରେ ଗୋରୁ ବୋଝେଇ ହେଉଥିବା ଖବର ପାଇ ବଜରଙ୍ଗ ଓ ଦେବସେନାର କର୍ମୀ ମାନେ ଗାଡି ଗୁଡିକୁ ପିଛା କରିଥିଲେ । ତେବେ ଆଇଚର ଟ୍ରକ୍ ଦୁଇଟି ସହ ପିକଅପ୍ ୪୯ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଇ ଖିରେଇଟାଙ୍ଗିରୀ ପଥକର ଫାଟକ ଭାଙ୍ଗି ଫେରାର ହୋଇଯାଇଥିବା ବେଳେ ଗୋଟିଏ ଟାଟା ଏସିଇ ଗାଡିକୁ ବଜରଙ୍ଗ ଓ ଦେବସେନାର କର୍ମୀମାନେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ୩ ଜଣ ଗୋ’ ଚାଲାଣକାରୀଙ୍କୁ ନେଇ ଥାନାରେ ଅଟକ ରଖିଥିଲେ । ଶେଷ ଖବର ସୁଦ୍ଧା ତୁରୁମୁଙ୍ଗା ପୁଲିସ ଜବତ ୯ ଗୋରୁକୁ କରଞ୍ଜିଆ ଗୋ’ ଶାଳାରେ ଛାଡିଥିବା ବେଳେ ଗୋ’ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ଚଢେଇଭୋଳର ହେମନ୍ତ ମହାକୁଡ଼ (୩୦) ଓ ମହମ୍ମଦ ଅରିପ୍ (୨୧) ବୋଲି ଥାନା ଅଧିକାରୀ ମଦନମୋହନ ନାଏକଙ୍କ ଠାରୁ ପ୍ରକାଶ ।
Comments are closed.