www.samajalive.in
Sunday, December 14, 2025
15.1 C
Bhubaneswar

ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଜନଶୁଣାଣି ଶିବିର

ପାଟଣା: ପାଟଣା ବ୍ଲକ ସଭାଗୃହରେ ଗୁରୁବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ସମ୍ପର୍କୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜୟଶ୍ରୀ ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଚନ୍ଦନ ଅମୃତାୟନ ଆଇଚ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାକ୍ତି ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ଯୋଗାଣ ଅଧିକାରିଣୀ ବିଦ୍ୟୁତଲତା ନାୟକ, ଓଡ଼ିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେ ଏପିଓ ଦୀପକ କୁମାର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଜନଶୁଣାଣୀ ଶିବିରରେ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ଲକ କୁ ମନରେଗା ଅନୁଦାନ ବାବଦରେ ୪୧ କୋଟି ୪୫ ଲକ୍ଷ ଟଙ୍କା ଆସିଥିବା ସୂଚନା ଦିଆଯିବା ସହ ମୋଟ ୧୬ ଲକ୍ଷ ଶ୍ରମ ଦିବସ ଧାର୍ଯ୍ୟ ମଧ୍ୟରେ ୧୩ ଲକ୍ଷ ୮୩ ହଜାର ୩୪୩ ଶ୍ରମ ଦିବସ ପୂରଣ ହୋଇଥିବା ୫୩୫୨ ଜଣ ଶ୍ରମଜୀବୀ ଏହି ଅବଧିରେ ୧୦୦ ଦିନର କାମ ପାଇଥିବା ସହ ୩୨୦ ଟି ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିବା ସୂଚନା ଦିଆଯାଇଥିଲା। ସେହିପରି ୩୦୦୧ଟି ପ୍ରକଳ୍ପ ଚାଲୁ ରହିଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା। ମନରେଗା କାମ ସମୟରେ ଜିଓ ଟ୍ୟାଗର ଫଟୋ ରଖିବାକୁ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ। ଫଳକ ନିର୍ମାଣ ନକରି କାନ୍ଥରେ ସୂଚନା ଫଳକ ଲେଖିବା ଫଳରେ ଫଳକ ନିର୍ମାଣ ବାବଦ ଅନୁଦାନ ମିଳିବ ନାହିଁ ବୋଲି ସେ ସୂଚନା ଦେଇଥିଲେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ମୃତ ହିତାଧିକାରୀଙ୍କ ନାମ ବାଦ ଦେବା ଓ ଆଧାର କାର୍ଡ ସଂଯୋଗ ହୋଇନଥିବା ବ୍ୟକ୍ତି କିପରି ଯୋଜନାରୁ ବଞ୍ଚିତ ନହେବେ ସେ ନେଇ ଯୋଗାଣ ଅଧିକାରିଣୀ ବିଦ୍ୟୁତଲତା ନାୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।

- Advertisement -

କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ବେହେରା, ଲାଖାଇ ମୁର୍ମୁ, ମନୋଜ କୁମାର ପଣ୍ଡା, ମୋନାଲିସା ଚକ୍ର, ମିହିର ଟୁଡୁ, ଅଜୟ କୁମାର ପ୍ରମୁଖଙ୍କ ସହ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗ୍ରାମ ସାଥୀ, ଗ୍ରାମ ସମ୍ବଳ କର୍ମୀ, ଯୋଗାଣ ସହାୟକ, ଖାଦ୍ୟ ସାମଗ୍ରୀ ବଣ୍ଟନକାରୀ ଗୋଷ୍ଠୀର ପ୍ରତିନିଧି ଓ ଶ୍ରମଜୀବୀମାନେ ଜନଶୁଣାଣୀରେ ସାମିଲ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories