www.samajalive.in
Tuesday, December 9, 2025
26.1 C
Bhubaneswar

ଆଦର୍ଶ ଆଦିବାସୀ ଶିକ୍ଷକ ହରି ମାଷ୍ଟ୍ରେ ଆଜି ବେସାହାରା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଉଦଗର ସାହିରେ ନିଜ ପୈତୃକ ଘରେ ଜରା ଓ ରୋଗଗ୍ରସ୍ତ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ହରିହର ନାଏକ (ହରି ମାଷ୍ଟ୍ରେ)। ଜଣେ ଆଦର୍ଶ ଆଦିବାସୀ ଶିକ୍ଷକ ଭାବରେ ଜିଲ୍ଲାର ଅନେକ ପ୍ରଶଂସା ସାଉଁଟି ଥିବା ହରି ମାଷ୍ଟ୍ରେ ଆଜି ୬୭ବର୍ଷରେ ପହଞ୍ଚି ଥିବାବେଳେ ରୋଗ ଗ୍ରସ୍ତ ହୋଇ ବହୁତ କଷ୍ଟରେ ରହୁଛନ୍ତି। ଗୁରୁ ହିସାବରେ ଜୀବନ ରେ ତାଙ୍କର ସମାଜ ପାଇଁ ଯେଉଁ ଅବଦାନ ରହିଛି ତାହା ଆଜି ସେ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀମାନେ ତାଙ୍କର ପୂଜ୍ୟ ଗୁରୁ ଜୀଙ୍କୁ ଝୁରି ହେଉଛନ୍ତି। ସେ ଜଣେ ଛାତ୍ର ବତ୍ସଳ, ସ୍ନେହି ଗୁରୁ ଅଟନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଯେଉଁ ଆଦିବାସୀ ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସୁ ନ ଥିଲେ ହରି ମାଷ୍ଟ୍ରେ ଘରଘର ବୁଲି ପିଲାମାନଙ୍କୁ ବୁଝାଇ ବିଦ୍ୟାଳୟକୁ ଆଣୁଥିଲେ। ସ୍ଵଳ୍ପ ବେତନ ଭିତରେ ଚାକିରିରୁ ଅବସର ନେବା ପରେ ଆଜି ମାଷ୍ଟ୍ରେ ରୋଗରେ ପୀଡିତ ହୋଇ ବହୁତ କଷ୍ଟରେ ରହୁଛନ୍ତି। ଔଷଧ କିଣିବା ପାଇଁ ମାସକୁ ମାସ ହାତରେ ଟଙ୍କା ନାହିଁ ପେନସନ ଟଙ୍କା ଯାହା ମିଳେ ଦଶଦିନର ଔଷଧ କିଣିବା ପାଇଁ ନିଅଣ୍ଟ ହୁଏ। ଖାଦ୍ୟ ଏବଂ ଲୁଗାପଟା କିଣିବା ପାଇଁ ହାତରେ ଫଟା କଉଡିଟିଏ ରହେ ନାହିଁ। ସମାଜ ପାଇଁ ସଠିକ୍ ଅବଦାନ ଦେଇ ଜଣେ ସାଜିଥିବା ଆଦର୍ଶ ଶିକ୍ଷକ ଆଜି ଦୁଃଖ ଦୁର୍ଦ୍ଦଶା ବେଳେ କେହିଜଣେ ନାହାନ୍ତି ପାଖରେ।ଖବର ପାଇ ଆଜି ଦଳିତ ଆଦିବାସୀ ବିକାଶ ସଂସ୍ଥାନ ଓଡ଼ିଶା କେନ୍ଦୁଝର ତରଫରୁ ଖିରେଇଟାଙ୍ଗିରି କୁ ଯାଇ ହରିହର ମାଷ୍ଟ୍ରେ ପାଖରେ ପହଞ୍ଚି ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ସଂସ୍ଥାନର ସଭାପତି ଶ୍ରୀ ରମାକାନ୍ତ ପାତ୍ର, ସଭ୍ୟା ମନ୍ଦୋଦରୀ ପାତ୍ର ଓ ପର୍ଶୁରାମ ମହାନ୍ତ , ବଙ୍ଗାଳୀ ଚରଣ ନାଏକ, ପ୍ରହଲ୍ଲାଦ ମହାନ୍ତ, ନିରାକାର ପାତ୍ର ମାଷ୍ଟ୍ରେଙ୍କ ଘରକୁ ଯାଇଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories