ଘର ଭାଙ୍ଗିଲା ଦନ୍ତା
ପାଟଣା : ପାଟଣା ବନାଞ୍ଚଳରେ ୨୬ ଘରିଆ ହାତୀ ଉପଦ୍ରବ ପରେ ପରେ ଏହି ହାତୀ ପଲ ଏବେ ବେଲଦା ଜଙ୍ଗଲରେ ଡେରା ପକାଇ ଥିବା ବେଳେ ରବିବାର ରାତିରେ କରଞ୍ଜିଆ ଅଞ୍ଚଳରୁ ଗୋଟିଏ ଗୋଠଛଡ଼ା ଦନ୍ତା ପାଟଣା ବନାଞ୍ଚଳରେ ପଶି ଉପଦ୍ରବ ଆରମ୍ଭ କରିଛି। ଦନ୍ତା ରାତିରେ କୋଡଖମଣ ଗ୍ରାମରେ ୭ ଟି ଘର ଭାଙ୍ଗିବା ସହ ଗୋଟିଏ ଘରର ଆଂଶିକ କ୍ଷତି କରିଛି। ଏହି ଦନ୍ତା ହାତୀଟି ରବିବାର ମହ୍ଲାରପଦା ଗ୍ରାମର ମହୁର ସେଠୀ,ଦୋଳ ଗୋବିନ୍ଦ ଦେହୁରୀ,ଯୁଗଳ କିଶୋର ଦେହୁରୀ ଓ ପରମାନନ୍ଦ ସିଂହଙ୍କ ଘର ଭାଙ୍ଗିଥିବା ବେଳେ ଧାରୁଆପଡ଼ା ଗ୍ରାମର କଳାକାର ନାଏକ, ନବୀନ ଚନ୍ଦ୍ର ମହାନ୍ତ ଓ ଘନଶ୍ୟାମ ମହାନ୍ତଙ୍କ ଘର ଭାଙ୍ଗିଛି। ସେହିପରି ଦନ୍ତା ହାତୀ ଟି ଉଦୟପୁର ଓ ରାଜନଗର କ୍ଷେତ୍ରାଞ୍ଚଳ ରେ କ୍ଷତି ଘଟାଇବା ପରେ କୋଡଖମଣ ଜଙ୍ଗଲରେ ରହିଥିବାରୁ ଆଖ ପାଖ ଗ୍ରାମରେ ତାଟି କବାଟ ପଡ଼ିଯାଇଛି। ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତଙ୍କ ସହ ବନବିଭାଗ ପକ୍ଷରୁ ଏହି ହାତୀଟି ଉପରେ ନଜର ରଖାଯାଇଛି।
Comments are closed.