www.samajalive.in
Sunday, December 7, 2025
14.1 C
Bhubaneswar

ଢେଙ୍କିକୋଟରେ ଖୋଲିଲା ଆଶୀର୍ବାଦ ଗୋଲଡ଼ ଲୋନ ଶାଖା

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ମୁଖ୍ୟ ବଜାର ୨୨୦ ନମ୍ବର ଜାତୀୟ ରାଜପଥର ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଆଶୀର୍ବାଦ ଗୋଲଡ଼ ଲୋନ ଢେଙ୍କିକୋଟ ଶାଖା ଆଜି ମୁଖ୍ୟ ଅତିଥି ପଞ୍ଜାବ ନେସନାଲ ବ୍ୟାଙ୍କର ଅବସର ପ୍ରାପ୍ତ ବରିଷ୍ଠ ପ୍ରବନ୍ଧକ ତଥା ସମାଜସେବୀ କୁଳମଣି ମଣ୍ଡଳଙ୍କ ଦ୍ଵାରା ଉଦଘାଟିତ ହୋଇଛି। କାର୍ୟ୍ୟଳୟକୁ ଉଦଘାଟନ କରି ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ ସେବା ଓ ସ୍ବଚ୍ଛତା ସହ ସଚ୍ଚୋଟତାର ସହ କାର୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସମ୍ମାନିତ ଅତିଥି ଭାବେ ଜିଲା ଯୁବ ବିଜେଡ଼ି ସଭାପତି ଏସ.କେ ଇମରାନ , ବଣିକ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ ,  ନୃସିଂହ ନାଥ ସିଂହ ଓ ଶରତ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଆଶୀର୍ବାଦ ଗୋଲ୍ଡ ଲୋନ୍ ଢେଙ୍କିକୋଟ ଶାଖା ର ଶାଖା ମୁଖ୍ୟ ଅଂଶୁମାନ ଭୂୟାଁ ସ୍ଵାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିଲେ। ସଂସ୍ଥା ର ଅଞ୍ଚଳ ମୁଖ୍ୟ ସମୀର କୁମାର ଦାଶ ,ସହକାରୀ ଶାଖା ମୁଖ୍ୟ ବୈଷ୍ଣବ ଖୁରା , ବିକ୍ରମ ମଣ୍ଡଳ , ସୂର୍ୟ୍ୟପ୍ରକାଶ ନନ୍ଦ ଓ ଅର୍ପିତା ମଣ୍ଡଳ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି କବିନ୍ଦ୍ର ରାଉତ ଓ ଅଭିମନ୍ୟୁ ରାଉତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନ ପର୍ବରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଏହି ସଂସ୍ଥା ମଣପୁରମ ଫାଇନାନ୍ସ ଲିଃ ର ଏକ ସମ୍ପୂରକ ସଂସ୍ଥା ଅଟେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories