ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମରେ ଆଜି ମଧ୍ୟାହ୍ନରେ ବିଦ୍ୟୁତ ଆଘାତରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି । ଗ୍ରାମର ପବନ କୁମାର ମହାନ୍ତଙ୍କ ବଳଦଟି ଚରିବା ପାଇଁ ଯାଇଥିବା ବେଳେ ମେଗା ଜଳ ପ୍ରକଳ୍ପର ଓଭରହେଡ ପାଣି ଟାଙ୍କି ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ବିଦ୍ୟୁତ ତାର ଭୂମି ଉପରେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳଦଟିର ମୃତ୍ୟୁ ଘଟିଛି । ଠିକା ସଂସ୍ଥା ର ଅବହେଳା କାରଣରୁ ଏଭଳି ଘଟିଥିବା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉଜେନା ଲାଗି ରହିଛି ।
Popular Categories



