www.samajalive.in
Sunday, December 7, 2025
14.1 C
Bhubaneswar

ଜେଏମ୍ଏମ୍ ରେ ଯୋଗ ଦେଲେ ଜଗବନ୍ଧୁ

ପାଟଣା : କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଜଗବନ୍ଧୁ ମହାନ୍ତ ମୟୂରଭଞ୍ଜ ଜିଲ୍ଲାର ହାଟବାଦଳା ଠାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ରେ ଜେଏମ୍ଏମ୍ ର ରାଜ୍ୟ ସଭାପତି ଅଞ୍ଜନି ସୋରେନ ଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି। ରାଜ୍ୟରେ ପୂର୍ବରୁ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେ ଏମ୍ ଏମ୍)ର କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଯେଉଁ ଭଳି ଶକ୍ତି ପ୍ରଦର୍ଶନ କରିଛି ଏହାର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଶ୍ରୀ ମହାନ୍ତ ଦଳରେ ସାମିଲ ହୋଇଛନ୍ତି।ପୂର୍ବରୁ ଶ୍ରୀ ମହାନ୍ତ କଳିଙ୍ଗ ସେନାର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇ ଆସିଥିବା ବେଳେ କେନ୍ଦୁଝର ଜିଲ୍ଲାରେ କଳିଙ୍ଗ ସେନାର ସଙ୍ଗଠନ ବୃଦ୍ଧି କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।ନିକଟରେ ସେ କଳିଙ୍ଗ ସେନାରୁ ଇସ୍ତଫା ଦେଇଥିବା ବେଳେ ହାଟବାଦଳା ଠାରେ ଜେ ଏମ ଏମ ର ମୁଖ୍ୟ ଶିବୁ ସୋରେନ ଙ୍କ ନିର୍ଦେଶ କ୍ରମେ ତାଙ୍କ ଝିଅ ତଥା ଓଡିଶା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଙ୍କ ଦ୍ଵାରା ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବ ରେ ପୂର୍ବତନ ମୟୂରଭଞ୍ଜ ସାଂସଦ ତଥା ଜେ ଏମ ଏମ ର ରାଜ୍ୟ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଂସଦାଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତ ଙ୍କ ସହ କେନ୍ଦୁଝର ଜିଲ୍ଲାର ଜଣାଶୁଣା ମହିଳା ସମାଜସେବୀ ତଥା ମଦ ବିରୋଧୀ ଆନ୍ଦୋଳନ ର ସଭାନେତ୍ରୀ ଶ୍ରୀ ମତୀ ଚନ୍ଦ୍ରମଣି ସିଂ ,ଓ୍ୱ।ର୍ଡ ମେମ୍ବର ସଂଙ୍ଘ ର କାର୍ୟ୍ୟକରୀ ସଭାପତି ତଥା ହରିଡାଗୋଠ ଗ୍ରାମର ୱ।ର୍ଡମେମ୍ବର ଚିତ୍ତରଞ୍ଜନ ମହାନ୍ତ ,ସଂଘର ସଂପାଦକ ତଥା ନେଲୁଙ୍ଗ ଗ୍ରାମର ୱ।ର୍ଡ ମେମ୍ବର ପ୍ରସନ ଦାସ୍ ,ଗଣପତି ମହାନ୍ତ,ପ୍ରମୁଖ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏହାସହ ଖୁବଶୀଘ୍ର ଜେ ଏମ୍ ଏମ୍ ମୁଖ୍ୟ ଶିବୁ ସୋରେନ ଏବଂ ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କୁ ସାକ୍ଷାତ କରି କେନ୍ଦୁଝର ଜିଲ୍ଲାର ସଂଗଠନ ସମ୍ପର୍କରେ ଆଲୋଚନା କରି ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବେ ବୋଲି ଶ୍ରୀ ମହାନ୍ତ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories