ପାଟଣା: ଘଟଗାଁ ବ୍ଳକ ପଇଦାପାଟଣା ଖୁଣ୍ଟାପଡା ଜଗନ୍ନାଥ ଯୁବକ ସଂଘ ତରଫରୁ ରବିବାର ପ୍ରଥମ ବାର୍ଷିକ ଦିବାରାତ୍ର ଭଲି ବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବ୍ଳକ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ଯୁବ ବିଜେଡି ସଭାପତି ଏସକେ ଇମ୍ରାନ, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ସ୍ଥାନୀୟ ସରପଞ୍ଚ ସୁକାନ୍ତି ନାୟକ, ସାନ୍ତରାପୁର ସରପଞ୍ଚ ଅନାନ୍ଦି ସିଂ ପ୍ରମୁଖ ଯୋଗଦେଇଥିବା ବେଳେ ଉଦଘାଟନୀ ମ୍ୟାଚଟି ସ୍ୱାମପାଟଣା ଏବଂ ସାନ୍ତରାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ସାନ୍ତରାପୁର ବିଜୟ ଲାଭ କରିଛି।
ଜଗନ୍ନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଖେଳରେ ପଟଣା, ଢେଙ୍କିକୋଟ, ସାନ୍ତରପୁର, ଖୁଣ୍ଟାପଡା, ଫାୟାର ଏକାଦଶ ପଟଣା ଏବଂ ମଲିପସି ଦଳ ଅଂଶ ଗ୍ରହଣ କରିବାକୁ ଥିବା ସଭାପତି ଓମ ପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି। ସଭାପତି ଓମ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟଟିକୁ ଶିକ୍ଷକ କାହ୍ନୁ ଚରଣ ସାମଲ ଏବଂ ନୀଳମଣି ମଣ୍ଡଳ ପରିଚାଳନା କରୁଥିବା ବେଳେ ଧାରାବିବାରଣୀ ପ୍ରଦାନ କରିଛନ୍ତି କୁନାଲ କୁମାର ପଣ୍ଡା । ଅନ୍ୟମାନଙ୍କ ମଧ୍ୟରେ କ୍ଲବ ର ବରିଷ୍ଠ ସଦସ୍ୟ ନବକିଶୋର ନାୟକ, ଦିବ୍ୟାଲୋଚ ନାଏକ, ତାରିଣୀ ପ୍ରସାଦ ଦାସ, ଶିବଚରଣ ନାୟକ, ଜିତୁ ନାୟକ,ଚିନ୍ମୟ ନାୟକ ଓ ଗୁଲୁ ପ୍ରମୁଖ ସହଯୋଗ କରୁଛନ୍ତି।



