ତେଲକୋଇ: ତେଲକୋଇ ଅଞ୍ଚଳବାସୀଙ୍କ ବହୁ ଦିନର ପ୍ରତୀକ୍ଷା ପରେ ରବିବାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ଉଦଘାଟନ କରିଛନ୍ତି। ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ବଜାର ଅଞ୍ଚଳର ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ଦୂର ହୋଇପାରିବ ବୋଲି ଜଣାପଡିଛି। ସେହିପରି ତେଲକୋଇ ବଜାର ଅଂଚଳରେ ଯାତ୍ରୀମାନଙ୍କ ପାଇଁ ବଜାର ଅଞ୍ଚଳରେ କୈଣସି ଶୌଚାଳୟର ବ୍ୟବସ୍ଥା ରହିନଥିବା ବେଳେ ତାହା ନୂତନ ବସଷ୍ଟାଣ୍ଡରେ ଉପଲବ୍ଧ ହୋଇପାରିଛି। ଅନ୍ୟ ପକ୍ଷରେ ଯାତ୍ରୀମାନଙ୍କ ପାଇଁ ଦୂର ଦୁରାନ୍ତକୁ ଯାଉଥିବା ଭୁବନେଶ୍ୱର, କଟକ, ଅନୁଗୁଳ, ରାଉରକେଲା, କେନ୍ଦୁଝର ପ୍ରଭୁତି ସ୍ଥାନକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ପାଇଁ ବିଶ୍ରାମଗାର ବ୍ୟବସ୍ଥା ରହିଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବିନୟ କୁମାର ସାହୁ,କମଳିନୀ ଦଣ୍ଡପାଟ, ସ୍ଥାନୀୟ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ା, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଥାନା ଅଧିକାରୀ ଅମିତାଭ ଦାସ ଥିଲେ।
Popular Categories



