www.samajalive.in
Saturday, December 6, 2025
14.1 C
Bhubaneswar

ନୂଆଗାଁ ରାସ୍ତାରେ ବୋହୁଛି କେନାଲ ପାଣି

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ରାସ୍ତାରେ ବୋହି ଚାଲିଛି କେନାଲ ପାଣି। ରାସ୍ତାରେ କେନାଲ ପାଣି ବୋହୁଥିବା ଯୋଗୁଁ ଲୋକଙ୍କ ଯିବା ଆସିବାରେ ଘୋର ଅସୁବିଧା ଦେଖାଦେଇଛି । ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସୁଫଳ କିଛି ମିଳୁ ନାହିଁ। ସ୍ଥାନୀୟ ଖିରେଇଟାଙ୍ଗିରିର ଉଦଘର ବନ୍ଧରୁ ଚାଷ ଜମିକୁ ଜଳ ସେଚିତ କରିବା ପାଇଁ କେନାଲ କରାଯାଇଛି। କେନାଲ ମାଧ୍ୟମରେ ଚାଷ ଜମିକୁ ଜଳ ସେଚନ କରାଯାଉଛି। ସେହି କେନାଲ ପାଣି ଦୀର୍ଘ ଦିନ ହେଲା ରାସ୍ତାରେ ବୋହି ଚାଲୁଥିବା ଯୋଗୁଁ ରାସ୍ତା ନଷ୍ଟ ହୋଇ ଯିବାକୁ ବସିଲାଣି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ରୋଗୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ରାସ୍ତା ପାଇଁ ପ୍ରଶାସନକୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଯଥା ଶୀଘ୍ର ଏହି ରାସ୍ତା ଉପରେ ଦୃଷ୍ଟି ଦେବା ପାଇଁ ପୁନର୍ବାର ପ୍ରଶାସନକୁ ଜନ ସାଧାରଣ ଅନୁରୋଧ କରିଛନ୍ତି।

ଖୁବ୍‌ ଶୁଭ ଏ ବର୍ଷର ଜନ୍ମାଷ୍ଟମୀର ଯୋଗ, ପୂରଣ ହେବା ମନସ୍କାମନା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories