ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ଅଖିଳ ଚନ୍ଦ୍ର ନାଏକଙ୍କୁ ଆଜି ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀତ୍ଵ ଦୌଡ଼ରେ ଏକାଧିକ ଆଶାୟୀ ଥିବାବେଳେ ଶେଷରେ ଦଳ ଅଖିଳଙ୍କ ପ୍ରାର୍ଥୀତ୍ଵ ଉପରେ ମୋହର ମାରିଛି। ସୂଚନା ଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ନାଏକ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେପି ଟିକେଟ ଦୌଡରେ ଥିଲେ। ତେବେ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ୨୦୧୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ୮୦୭୪ ଖଣ୍ଡ ଭୋଟ ପାଇଥିଲେ।
Popular Categories



