ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ। ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ବାଲେଶ୍ଵର ସର୍ବାଧିବ ୪୦.୫ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଦିନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୯.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି।
ଅପରପକ୍ଷେ, ଝାରସୁଗୁଡ଼ା ୩୯.୫, ଚାନ୍ଦବାଲି ୩୯.୧ ଏବଂ କେନ୍ଦୁଝରରେ ତାପମାତ୍ରା ୩୯ ଡିଗ୍ରୀ ରହିଥିବାବେଳେ ସମ୍ବଲପୁର ଓ ରାଉରକେଲା ୩୭, ହୀରାକୁଦରେ ୩୬.୮ ଡିଗ୍ରୀ ରହିଛି ତାପମାତ୍ରା।



