www.samajalive.in
Sunday, December 7, 2025
26.1 C
Bhubaneswar

ଶବସତ୍କାର କରିଥିଲା, ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଲା ଭରସା ପରିବାର

ପାଟଣା: ସାହାରପଡା ବ୍ଲକ ଆହାରପଡା ଗ୍ରାମର ଦମୟନ୍ତୀ ମହାନ୍ତଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିଥିବା ଖବର ପାଇ ଭରସା ପରିବାର ପକ୍ଷରୁ ଶବକୁ ସମ୍ମାନ ପୂର୍ବକ ସତ୍କାର କରାଯାଇଥିଲା। ଆଉ ଏବେ ସଭାପତି ଲମ୍ବୋଦର ମହାନ୍ତଙ୍କ ନେତୃତ୍ୱରେ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ପନିପରିବା ମଧ୍ୟ ଯୋଗାଇ ଦେଇଛି ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର। ସଭାପତି ଲମ୍ବୋଦର ମହାନ୍ତଙ୍କ ସମେତ ସଭାନେତ୍ରୀ ମାଳତୀ ମହାନ୍ତ, ଉପସଭାନେତ୍ରୀ ରଞ୍ଜନା ମହାନ୍ତ, ସଂଯୋଜକ ଡମ୍ବରୁଧର ମହାନ୍ତ, ଲୋକ ସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ମୟୁରଭଞ୍ଜ ସମ୍ପାଦକ ସଞ୍ଜୟ କୁମାର ମହାନ୍ତ, ଅବସରପ୍ରାପ୍ତ ସେନା କର୍ମଚାରୀ ହୃଦାନନ୍ଦ ସେଠୀ, ସେନାରେ କାର୍ଯ୍ୟରତ ହଟିବଲ ଚାତାର, ସାହାରପଡା ବ୍ଲକ ସଭାପତି ଓମପ୍ରକାଶ ମହାନ୍ତ, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ରତିରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଅନାଥ ହୋଇ ପଡ଼ିଥିବା ଦୁଇ ନାବାଳିକା ଝିଅଙ୍କୁ ସମବେଦନା ଜଣାଇଛନ୍ତି। ଅନାଥ ହୋଇ ପଡ଼ିଥିବା ଦୁଇ ନାବାଳିକା ଝିଅଙ୍କୁ ପ୍ରଶାସନ ପକ୍ଷରୁ ଶିକ୍ଷା ସହାୟତା ଯୋଗାଇବାକୁ ସଭାପତି ଲମ୍ବୋଦର ମହାନ୍ତ ଅନୁରୋଧ କରିଛନ୍ତି। ଭରସା ପରିବାରର ମାନବିକତା ଜାଗରଣର ମହାନ ପ୍ରୟାସକୁ ଆଞ୍ଚଳିକ ବୁଦ୍ଧିଜୀବୀ ଓ ସମାଜସେବୀ ପ୍ରଶଂସା କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories