www.samajalive.in
Saturday, December 6, 2025
16.1 C
Bhubaneswar

ଛାତ୍ରୀ ନିବାସରେ ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ସରକାରୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ସାପ କାମୁଡାରେ ମୃତ୍ୟୁ ବରଣ କରିବା ଘଟଣା ଏବେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ଛାତ୍ରୀ ଜଣକ ହେଲେ କାଳିଘାଇ ଗ୍ରାମର କାର୍ତ୍ତିକ ନାୟକଙ୍କ ଝିଅ ପ୍ରିୟଦର୍ଶନୀ ନାୟକ। ସେ ପଲାଣଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲେ। ବିଳମ୍ବିତ ରାତିରେ ଛାତ୍ରୀ ଜଣକ ହଠାତ ବାନ୍ତି କରିବା ପରେ ଅସୁସ୍ଥ ଅନୁଭଵ କରିଥିଲେ ଏବଂ ଛାତ୍ରୀଙ୍କ ମୁହଁରୁ ଫେଣ ଓ ନାକରୁ ରକ୍ତ ବାହାରୁ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଛାତ୍ରୀଙ୍କୁ ବିଷାକ୍ତ ସାପ କାମୁଡିଥିବା ଜଣା ପଡିଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories