www.samajalive.in
Saturday, December 6, 2025
26.1 C
Bhubaneswar

ସୂଚନା ଫଳକ ଲାଗିଛି ,କାମ ହେଉନାହିଁ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ମହ୍ଲାରପଦା ପଞ୍ଚାୟତ ଜାମୁଦା ତଳ ସାହି ଠାରେ ଏକ ଛଉ ମଣ୍ଡପ ଅଛି । ସେହି ମଣ୍ଡପକୁ ଲାଗି ଏକ ଫଳକ ତିନି ମାସ ହେବ ନୂଆ କରି ତିଆରି ହୋଇଛି । ସେଥିରେ ଲେଖାଅଛି ମୋ ଓଡିଶା ନବୀନ ଓଡିଶା ଜାମୁଦା ତଳ ସାହି ଛଉ ମଣ୍ଡପ ତିଆରି ଆର୍ଥିକ ବର୍ଷ ୨୦୨୩-୨୪ । କିନ୍ତୁ ସେଠାରେ ବାଲି, ଚିପ୍ସ କିମ୍ବା କାମ ହେବାର କୌଣସି ଉପକରଣ ନାହିଁ । ତେଣୁ ଗ୍ରାମବାସୀଙ୍କ ସନ୍ଦେହ କାମ ନହୋଇ ବିଲ୍‌‌ ଉଠାଣ ହୋଇଯାଇଥିବ। କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କାମ ହୋଇ ନାହିଁ ଜାଗା ଅଧିକ ନଥିବାରୁ କାମ ହୋଇପାରୁନାହିଁ। ପୁରୁଣା ମଣ୍ଡପକୁ ଟିକେ ବଢ଼ାଇ ନବ କଳେବର କରି ଦିଆଯିବାକୁ ଯୋଜନା ହୋଇଛି । ତେବେ ୩ ଲକ୍ଷ ଟଙ୍କାର ବଜେଟ ଥିବାବେଳେ ନବକଳେବରରେ କେତେ ଖର୍ଚ୍ଚ ହେବ ଆଉ ଟଙ୍କା କୁଆଡେ ଯିବ ତାହା କହି ପାରିନଥିଲେ । ସରକାରୀ ଅର୍ଥକୁ ଏହିପରି ଶ୍ରାଦ୍ଧ ହେବ ବୋଲି ଗ୍ରାମବାସୀ କହୁଥିବା ଶୁଣିବାକୁ ମିଳୁଥିବାରୁ ସରକାରୀ ଅନୁଦାନର ସଦୁପଯୋଗ କରାଯିବାକୁ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories