www.samajalive.in
Saturday, December 6, 2025
26.1 C
Bhubaneswar

ହେମନ୍ତ ସୋରେନଙ୍କ ପାଇଁ ବଢିଲା ଅଡୁଆ, ୧୫ଦିନିଆ ରିମାଣ୍ଡରେ ନେଇପାରେ ଇଡ଼ି

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବ। ବୁଧବାର ବିଳମ୍ବିତ ରାତିରେ ହେମନ୍ତ ସୋରେନ ଇସ୍ତଫା ଦେବାରେ ଇଡ଼ି ତାଙ୍କୁ ଗିରଫ କରିଥିଲା। ହେମନ୍ତ ଗିରଫ ହେବା ପରେ ଇଡି ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇପାରେ। ସେପଟେ ଚମ୍ପଇ ସୋରେନ ଗୁରୁବାର ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଝାଡଖଣ୍ଡ ସରକାରରେ ଏବେ ପରିବହନ ମନ୍ତ୍ରୀ ଅଛନ୍ତି ଚମ୍ପଇ। ହେମନ୍ତ ସୋରେନଙ୍କ ଅତ୍ୟନ୍ତ ବିଶ୍ୱାସ ଯୋଗ୍ୟ ହେଉଛନ୍ତି ଚମ୍ପଇ ସୋରେନ।

ଗିରଫ ହେବା ପରେ ହେମନ୍ତ ସୋରେନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ହେମନ୍ତ ଗିରଫ ହେବା ପରେ ‘ଇଣ୍ଡିଆ’ମେଣ୍ଟରେ ଥିବା ନେତାମାନେ ଏକାଠି ହୋଇ ଜୁରୁରୀ ବୈଠକ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ହୋଇଥିବା ବୈଠକରେ ସୋନିଆ ଗାନ୍ଧୀ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ଡିଏମକେ ନେତା ଉପସ୍ଥିତ ରହିଥିଲେ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories