www.samajalive.in
Saturday, December 6, 2025
15.1 C
Bhubaneswar

ହାଟରେ ଯୁବକକୁ ପିଟିପିଟି ମାରିବା ଘଟଣାରେ ୩ ଅଭିଯୁକ୍ତ ଗିରଫ

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମ ସଂଲଗ୍ନ ରାଜାଭାଡି ହାଟରେ ନବବର୍ଷ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଥିବା ୩ ଜଣ ଯୁବକ ଜଣେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ। ଘଟଣାରେ ପାଟଣା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଘଟଣା ର ତଦନ୍ତ କରି ତିନି ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏରେଣ୍ଡେଇ ମୁଣ୍ଡା ସାହିର ଶିବ ମୁଣ୍ଡା (୨୫) , ରଥ ମୁଣ୍ଡା (୨୦) ଓ ଟିମା ମୁଣ୍ଡା (୨୦) ବୋଲି ଜଣାପଡିଛି। ଅଭିଯୁକ୍ତ ତିନି ଜଣଙ୍କ ସହ ବାଇଦବଜା ର ଅନ୍ୟ ଏକ ଗୋଷ୍ଠୀ ସହ ହାଟରେ ଝଗଡ଼ା ହୋଇଥିଲା। ତେବେ ବାଇଦବଜା ଗୋଷ୍ଠୀ ହାଟରୁ ଖସି ପଳାଇ ଯାଇଥିବା ବେଳେ ନିଶାସକ୍ତ ଥିବା ଏହି ଗୋଷ୍ଠୀ ହାଟକୁ ଆସିଥିବା କୁମୂଳାବାହାଳି ଗ୍ରାମର ହେମନ୍ତ ମହାନ୍ତ(୨୨) କୁ ଚିହ୍ନି ନପାରି ବାଇଦ ବଜା ଗୋଷ୍ଠୀ ଭାବି ହାଟରେ ପିଟି ପିଟି ଚେତା ଶୂନ୍ୟ କରି ଦେଇଥିଲେ। ହେମନ୍ତଙ୍କୁ ପିଟୁ ଥିବା ଦେଖି ବଞ୍ଚାଇବାକୁ ଯାଇ ପୁରୁଣାପାଣି ଗ୍ରାମର ପୂର୍ବତନ ଓ୍ବାଡମେମ୍ବର ଶାନ୍ତିଲତା ମୁଣ୍ଡା ଆକ୍ରମଣକାରୀଙ୍କ ମାଡରେ ଗୁରୁତର ହୋଇଥିଲେ।

ଘଟଣା ସ୍ଥଳରୁ ଗୁରୁତର ହେମନ୍ତ ଓ ଶାନ୍ତିଲତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ଓ ସେଠାରୁ କେନ୍ଦୁଝର ନେଉଥିବା ରାସ୍ତା ରେ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଶାନ୍ତିଲତା କେନ୍ଦୁଝର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଓ ତଦନ୍ତକାରୀ ଅଧିକାରୀ ଶିବଶଙ୍କର ଆଲଦା ପାଟଣା ଥାନା କେଶ ନମ୍ବର ୨/ତା୨-୧-୨୦୨୧ରେ ଦଫା ୩୦୨ ଓ ୩୦୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନି ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories