www.samajalive.in
Saturday, December 6, 2025
17.1 C
Bhubaneswar

ଅଧିକାରୀଙ୍କ ନଜର ନାହିଁ, ବିପଦସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ

ଉତ୍ତରଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ସବୁଠି ନାଁ କରିଥିବା ବେଳେ ଖୋଦ ସହିଦନଗର ଅଞ୍ଚଳରେ ବିଦ୍ୟୁତ୍ ବିଭାଗ ଏବଂ ବିଏମସି ନଜର ଆଢୁଆଳରେ ରହିଛି ଏକାଧିକ ବିପଦସଙ୍କୁଳ ବିଦ୍ୟୁତ୍ ଏବଂ ଷ୍ଟ୍ରିଟ ଲାଇଟ ଖୁଣ୍ଟ। ଯାହା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଉଛି। କେତେବେଳେ ଯେ ଏହା ଭାଙ୍ଗିପଡ଼ି ଧନଜୀବନ ନଷ୍ଟ ନକରିବ ତାହା କିଏ କହିବ ? ଲୋକଙ୍କ କହିବା ଅନୁସାରେ ଗତ କିଛି ମାସ ତଳୁ ଏକାଧିକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ କେତେକ ଖୁଣ୍ଟ ରହିଛି ା ତାରଗୁଡ଼ିକ ଓହଳି ରହିଛି। ଏହା ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ନଜରକୁ ଆସୁନାହିଁ।

 

- Advertisement -

ଏହି ଅଞ୍ଚଳଟି ସ୍ମାର୍ଟ ସିଟିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଠାରେ ପ୍ରତ୍ୟହ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ଚାଲୁଛି। ବିଶେଷକରି ସହିଦନଗର ପାର୍କ ପାଶ୍ୱର୍ରେ ଏକାଧିକ ବିଦ୍ୟୁତ୍ ଖୁଣ୍ଟ ଓ ଷ୍ଟ୍ରିଟ ଲାଇଟ ଖୁଣ୍ଟ ଗୁଡିକର ମୂଳ ଭାଗ ନଷ୍ଟ ହୋଇଗଲାଣି। କେବଳ ବାଆକୁ ବତାପରି ଖୁଣ୍ଟ ଛିଡା ହୋଇ ରହିଛି। ଦୈବାତ କେହି ଯଦି ଖୁଣ୍ଟଟିକୁ ହଲାଇ ଦେବେ କିମ୍ବା ଗାଡି ମୋଟର ସଂସ୍ପର୍ଶରେ ଆସିଯିବ ତେବେ ଖୁଣ୍ଟ ଗଳିପଡ଼ିବା ନିଶ୍ଚିତ। ତେଣୁ ଏପରି ଏକ ଅଭିଯୋଗ ପାଇବା ପରେ ‘ସମାଜ’ ପକ୍ଷରୁ ଶନିବାର ଘଟଣାର ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନରୁ ଏପରି ବିପଦସଙ୍କୁଳ ଅବସ୍ଥାରେ ଖୁଣ୍ଟ ଥିବା ଜଣାପଡ଼ିବା ପରେ ସ୍ଥାନୀୟ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ସାହୁଙ୍କୁ ଦେଖାକରି ଘଟଣା ସମ୍ପର୍କରେ ଜଣାଇଥିଲୁ। ଏପରି ଅଭିଯୋଗ ପାଇବା ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ତ୍ୱରିତ ବେଗରେ କିଛି କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇ ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ଫଳ ସ୍ୱରୂପ ଏହି ଖୁଣ୍ଟ ଗୁଡିକ ତୁରନ୍ତ ମରାମତି ଏବଂ ସ୍ଥାନାନ୍ତର କରାଯିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି କିଛି ଷ୍ଟ୍ରିଟ ଲାଇଟ ଖୁଣ୍ଟର ଅବସ୍ଥା ସମାନ ସ୍ଥିତି ଥିବାରୁ ବିଏମସି ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶ୍ୱିନୀ ମିଶ୍ରଙ୍କୁ ଯୋଗାଯୋଗ କରିଥିଲୁ। ସେ ସର୍ଭେ କରି ସତ୍ୟାସତ୍ୟ ଜାଣିବା ପରେ ନଷ୍ଟ ଖୁଣ୍ଟ ସ୍ଥାନରେ ନୂତନ ଖୁଣ୍ଟ ବସାଇବାକୁ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories