www.samajalive.in
Thursday, December 11, 2025
14.1 C
Bhubaneswar

ବୁଥ୍‍ ସ୍ତରୀୟ ନିର୍ବାଚନ ପ୍ରକ୍ରିୟା ଆଧାରରେ ହେବ ଟୀକାକରଣ ଅଭିଯାନ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଟୀକାକରଣ ଅଭିଯାନ ବୁଥ୍‍ ସ୍ତରରେ ନିର୍ବାଚନ ପ୍ରକ୍ରିୟା ଆଧାରରେ ଅନୁଷ୍ଠିତ ହେବ। ଆଜି ସକାଳେ ଟ୍ୱିଟ୍‍ କରି ସେ କହିଛନ୍ତି, ଏଥିପାଇଁ କୁଶଳୀ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁରହିଛି। ସେ କହିଛନ୍ତି, ଦେଶର ୭୧୯ ଜିଲ୍ଲାରେ ୫୭ ହଜାରରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ଟୀକା ଦେବାପାଇଁ ୯୬ ହଜାରରୁ ଅଧିକ ଲୋକଙ୍କୁ ତାଲିମ୍‍ ଦିଆଯାଇଛି। ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ରରେ ଭିନ୍ନ ଭିନ୍ନ ପ୍ରତୀକ୍ଷା କେନ୍ଦ୍ର, ଟୀକା ଦେବା ଏବଂ ନିରୀକ୍ଷଣ କକ୍ଷ ପ୍ରତିଷ୍ଠା କରାଯାଉଛି। ସେ କହିଛନ୍ତି, ଟୀକା ନେଉଥିବା ୧୦୦ ଜଣ ହିତାଧିକାରୀଙ୍କ ପାଇଁ ୫ ଜଣିଆ ଦଳ ପ୍ରସ୍ତୁତ କରାଯାଇଛି। ଅଧିକ ହିତାଧିକାରୀଙ୍କ ପାଇଁ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସେ କହିଛନ୍ତି, ଟୀକକରଣ ପରେ କାହା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ସ୍ଥିତିରେ ଜରୁରୀକାଳୀନ କିଟ୍‍ ମଧ୍ୟ ଦିଆଯିବ।


ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସେମାନଙ୍କ ଯାଞ୍ଚ୍‍ ପାଇଁ ପୋର୍ଟାଲ୍‍ର ଉପଯୋଗ କରାଯିବ। ଏହି ପୋର୍ଟାଲ୍‍ ମାଧ୍ୟମରେ ଟୀକାକରଣ କାର୍ଯ୍ୟକ୍ରମ ବିଷୟରେ ଏସ୍‍.ଏମ୍‍.ଏସ୍‍. ଏବଂ ଟୀକା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ। ସେହିପରି ଟୀକାକରଣ ପରେ ଏହାର ପ୍ରତିକୂଳ ପ୍ରଭାବ ଏବଂ ଟୀକାକରଣର ଇ-ପ୍ରମାଣପତ୍ର ଦିଆଯିବାର ସୂଚନା ମଧ୍ୟ ଏହି ପୋର୍ଟାଲ୍‍ରେ ଉପଲବ୍ଧ ହେବ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories