ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ ; ପାଟଣା ପୁଲିସର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ସମ୍ମୁଖ ରୁ ଆଜି ପାଖାପାଖି ୧୦ ଟା ୪୫ ମିନିଟ ସମୟରେ ଏକ କଳା ପଲସର ରେ ଦୁଇ ଜଣ ଦୁର୍ବୃତ୍ତ ଆସି ବାଇକ୍ ଡିକି ଭାଙ୍ଗି ୪ଲକ୍ଷ ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଛନ୍ତି । ଘଟଣା ସ୍ଥଳରେ ପାଟଣା ପୁଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ବଡପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମର ଭକ୍ତବନ୍ଧୁ ମହାନ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ୍ ଡିକିରେ ରଖି ତହସିଲ ସମ୍ମୁଖରେ ଜଣେ ମହିଳା ଓକିଲଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ଏହି ଲୁଟ୍ ହୋଇଛି । ଖବର ପାଇ ପାଟଣା ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି ।

kalyan agarbati

Comments are closed.