www.samajalive.in
Sunday, December 7, 2025
14.1 C
Bhubaneswar

ଖୁଦପୁଟୁଳି ଓ ସିଲିପଦା ଗ୍ରାମରୁ ସୁନା ଟଙ୍କା ଚୋରୀ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଖୁଦପୁଟୁଳି ଗ୍ରାମରେ ଗତକାଲି ଦିନବେଳା ଚୋରୀ ହୋଇଛି। ଚୋର ମାନେ ବୁଦ୍ଧଦେବ ମହାନ୍ତ ଙ୍କ ଘରେ କଳା କନା ବୁଲେଇଛନ୍ତି। ଘରେ କେହି ନଥିବା ବେଳେ ଚୋର ମାନେ ବୁଦ୍ଧଦେବ ଙ୍କ ଘରେ ପଶି ବାକ୍ସ ଚାବି ଭାଙ୍ଗି ଗୋଟିଏ ସୁନା ଚେନ , ଗୋଟିଏ ସୁନା ପଦକ ହାର, ୩ଟି ସୁନା ମୁଦି , ୨ ହଳ କାନଫୁଲ , ୨ ହଳ ରୂପା ପାଉଁଜି ଓ ୪ପଟ ଚୁଡ଼ି ଚୋରୀ କରି ଫେରାର ହୋଇଯାଇଛନ୍ତି। ଦିନ ଏଗାର ଟାରୁ ରାତି ୧ ମଧ୍ୟରେ ଏହି ଚୋରୀ ହୋଇଛି। ଘର ଲୋକେ ଫେରିବାପରେ ଘର ର କବାଟ ଖୋଲା ଯାଇ ଘର ଭିତରେ ଜିନିଷ ପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ଦେଖିବା ପରେ ସୁନା ଗହଣାଦି ଚୋରୀ ହୋଇଥିବା ଜାଣି ଢେଙ୍କିକୋଟ ଫାଣ୍ଡିରେ ଜଣାଇଥିଲେ। ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଚୋର ଙ୍କ ପତ୍ତା ମିଳିନାହିଁ।
ସେହିପରି ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମର ଗ୍ରାମରକ୍ଷୀ ସନ୍ତୋଷ ମହାନ୍ତଙ୍କ ଭାଇ ରଣଜିତ ମହାନ୍ତଙ୍କ ଘରୁ ଗତକାଲି ଦିନ ସମୟରେ ସୁନା ଓ ଟଙ୍କା ଚୋରୀ ହୋଇଛି। ତାଙ୍କ ଘରେ କବାଟ ଲାଗି ନଥିବା ବେଳେ ଗ୍ରିଲ ଚାବି ପକାଇ ଘର ଲୋକେ ବାହାରକୁ କାମରେ ଯାଇଥିବା ସମୟରେ ଚୋର ମାନେ ଗ୍ରିଲ୍ ଚାବି ଭାଙ୍ଗି ଘରେ ପଶିବା ସହ ଗଡରେଜ୍ ଉପରେ ଥିବା ଚାବି କାଠି ଆଣି ସହଜରେ ଗୋଟିଏ ସୁନା ଚେନ , କାନଫୁଲ ଓ ନଗଦ ୩୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଛି। ଏନେଇ ରଣଜିତ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories