ପାଟଣା : ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ଗଠିତ ଭେଟେରାନ ୱେଲଫେୟାର ଆସୋସିଏସନ ପକ୍ଷରୁ ବୁଧବାର ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ କାରଗିଲ ଦିବସ ପାଳନ କରାଯାଇଛି । ସଂଘ ସଭାପତି ହନାରୀ କ୍ୟାପଟେନ ଉପେନ୍ଦ୍ର କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୈନିକ ବୋର୍ଡ ସଦସ୍ୟ ସୁବେଦାର ପୁରୁଷୋତ୍ତମ ମହାନ୍ତ ଯୋଗଦାନ କରିଥିଲେ। ସମ୍ପାଦକ ସୁବେଦାର ନାରାୟଣ ବାରିକ,ସହ ସମ୍ପାଦକ ଜେଡବ୍ଲୁଓ ଭଗବାନ ମହାନ୍ତ, ହନାରୀ ଏଏସଏମ ଚତୁର୍ଭୁଜ ମହାନ୍ତ, ସୁବେଦାର ପରମେଶ୍ବର ମହାନ୍ତ, ହନାରୀ ସୁବେଦାର ଭରତ ଚନ୍ଦ୍ର ମହାନ୍ତ, ବୀରନାରୀ ବଲାଲୀ ନାଏକ, ନାଲମଣି ନାଏକ, ସୁବେଦାର ବାଳକୃଷ୍ଣ ମହାନ୍ତ, ହାବିଲଦାର ଅର୍ଜୁନ ମହାନ୍ତ, ନାଏକ ସ୍ୱରୁପ ମହାନ୍ତ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ କାରଗିଲ ଯୁଦ୍ଧର ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଂଘ ପକ୍ଷରୁ ସଅଁରାପଶି ନିକଟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଯୋଗ ଦେଇ ଚାରା ରୋପଣ କରି ସୈନିକ ମାନଙ୍କୁ ଉତ୍ସାହିତ କରିବା ସହିତ ସାଧୁବାଦ ଓ ପ୍ରଶଂସା କରିଥିଲେ।
Comments are closed.