www.samajalive.in
Friday, December 5, 2025
20.1 C
Bhubaneswar

ବିଦ୍ୟାଳୟ ପରିସରରୁ ଝିଙ୍କ ଉଦ୍ଧାର କଲା ବନବିଭାଗ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ପଶିଆସିଥିବା ଏକ ଜଙ୍ଗଲି ଝିଙ୍କକୁ  ବନବିଭାଗ ଉଦ୍ଧାର କରିଛି। ବୁଧବାର ପ୍ରାର୍ଥନା ପରେ ପରେ ବିଦ୍ୟାଳୟ ହତା ଭିତରକୁ ପଶି ଆସିଥିବା ଝିଙ୍କକୁ ପ୍ରଥମେ ଛାତ୍ରଛାତ୍ରୀମାନେ ଦେଖିବା ପରେ ଏ ବିଷୟରେ ପ୍ରଧାନ ଶିକ୍ଷକ ଦୁର୍ଲଭ ଚରଣ ପାତ୍ରଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଏ ନେଇ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ସୂଚନା ଦେବା ସହ ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଙ୍କୁ ମଧ୍ୟ ଘଟଣା ସଂପର୍କରେ ଜଣାଇଥିଲେ। ଖବର ପାଇବା ପରେ ବନପାଳ ଶ୍ରୀ ମହାନ୍ତ ଓ ବନରକ୍ଷୀ ଡଲିରାଣୀ ସାହୁ ପ୍ରମୁଖ ଘଟଣା ସ୍ଥଳକୁ ଯିବା ସହ କେନ୍ଦୁଝରରୁ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳଙ୍କୁ ଡ଼କାଇଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ସୁରକ୍ଷିତ ଭାବେ ଝିଙ୍କଟିକୁ ଉଦ୍ଧାର କରାଯାଇଥିଲା। ଝିଙ୍କଟି ସୁସ୍ଥ ଥିବାରୁ  ବୁଧବାର ସନ୍ଧ୍ୟାରେ ତାକୁ ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories