ସମ୍ବଲପୁରୀ ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର: ଅଗଷ୍ଟ ୧ରେ ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାଣ ବହିଦାରଙ୍କ ଜନ୍ମଦିବସ । ଏହି ଦିନକୁ ସମ୍ବଲପୁରରେ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସବୁଠି ସମ୍ବଲପୁରୀ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ମଞ୍ଚରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ସମ୍ବଲପୁରୀ ପୋଷାକ ପରିଧାନ କରି ସଭିଏଁ ଫଟୋ ପୋଷ୍ଟ କରିବାରେ ଲାଗିଥାନ୍ତି । ସମ୍ବଲପୁରୀ ପୋଷାକ ଲାଗି ଷ୍ଟଲ ଲାଗିବା ସହ ସାଂସ୍ମୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିଥାଏ । ସମ୍ବଲପୁରୀ ନୃତ୍ୟ, ଗୀତ ସହିତ ପାରମ୍ପରିକ ପିଠା ପଣାରେ ମହକିଥାଏ ଘର । ତେବେ ଆଜି ସମ୍ବଲପୁରୀ ଦିବସ ଅବସରେ ସମ୍ବଲପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲ୍ପୁରୀ ଦିନ୍ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା: pic.twitter.com/Svio2LAi9Y
— CMO Odisha (@CMO_Odisha) August 1, 2024
ଆଏଜ୍ ହେଉଛେ ୧ ଅଗଷ୍ଟ – ସମ୍ବଲପୁରୀ ଦିନ୍ । ଇ ଅବସର୍ ଥି ସମ୍କୁ ଅଭିନନ୍ଦନ୍ । pic.twitter.com/PODG5HvPNC
— Dharmendra Pradhan (@dpradhanbjp) August 1, 2024
Comments are closed.