ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନିହ୍ନୁଆଁ ଗ୍ରାମର ଏକ କୂଅ ଭିତରୁ ସୋମବାର ୪ବର୍ଷ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବଳକ ଉକ୍ତ ଗ୍ରାମର ସୁଶାନ୍ତ ନାଏକଙ୍କ ପୁଅ ବିଶ୍ବରଞ୍ଜନ ନାଏକ ବୋଲି ଜଣାପଡିଛି। ସେ ରବିବାର ଠାରୁ ନିଖୋଜ ଥିବା ଜଣାପଡ଼ିଛି। ପରିବାର ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି।
Popular Categories



