ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ; ପୁରୁଣା ଭବନରେ ହିଁ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୧୯ ତାରିଖରେ ନୂଆ ସଂସଦ ଭବନରେ ସଂସଦର ପ୍ରଥମ ଅଧିବେଶନ ହେବ। ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରେ ପୁରୁଣା ଭବନରେ ହିଁ ଆରମ୍ଭ ହେବ। ୧୮ରେ ପୁରୁଣା ଭବନରେ ଅଧିବେଶନ ଆରମ୍ଭ ହେବା ପରେ ୧୯ରେ ଏହା ନୂଆ ଭବନକୁ ସ୍ଥାନାନ୍ତର ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିଥିଲେ ଏବଂ ଏହାକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ।

prayash

Comments are closed.