www.samajalive.in
Saturday, December 6, 2025
16.1 C
Bhubaneswar

ଜନ୍ମାଷ୍ଟମୀ ବିଶେଷ ; ଏଠାରେ ସନ୍ଧ୍ୟା ହେଲେ ପଶୁପକ୍ଷୀ ମଧ୍ୟ ରୁହନ୍ତି ନାହିଁ

ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ପର୍ବ ବିଶେଷ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ରୂପେ ପାଳନ କରାଯାଇଥାଏ। ଏଭଳି ଦେଖିବାକୁ ଗଲେ ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ ଆସନ୍ତି ବୋଲି ମାନ୍ୟତା ରହିଛି। ସେହି ସ୍ଥାନ ହେଉଛି ବୃନ୍ଦାବନର ନିଧିବନ। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।
ମାନ୍ୟତା ଅନୁଯାୟୀ, ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ସେଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି। ଏହି ମହଲର ଆଖ-ପାଖରେ ପ୍ରଭୁକୃଷ୍ଣ ରାଧାଙ୍କ ସହ ଗୋପିମାନେ ମଧ୍ୟ ନୃତ୍ୟ କରନ୍ତି।
ଏହି ମାନ୍ୟତା ଅନୁଯାୟୀ, ବର୍ତମାନ ମଧ୍ୟ ଏହି ସ୍ଥାନ ସନ୍ଧ୍ୟା ସମୟରେ ଶୀଘ୍ର ବନ୍ଦ କରାଯାଏ। କାହାକୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। କେବଳ ମନୁଷ୍ୟ ନୁହନ୍ତି ସନ୍ଧ୍ୟା ହେବା ମାତ୍ରେ ଏଠାକାର ପଶୁପକ୍ଷୀ ମଧ୍ୟ ଏହି ସ୍ଥାନରୁ ପଳାଇଥାଆନ୍ତି। ସନ୍ଧ୍ୟା ସମୟରେ ଏଠାରେ ଆଳତୀ ହେବା ପରେ ଭକ୍ତଙ୍କ ଦ୍ୱାରା ବିଭିନ୍ନ ପୂଜା ଜିନିଷ ଏବଂ ଭୋଗ ରଖି ଦିଅନ୍ତି। ଏହାପରେ ଏହାକୁ ସକାଳ ଯାଏଁ ବନ୍ଦ କରି ଦିଅନ୍ତି। ଯାହାକି ପର ଦିନ ସକାଳ ସମୟରେ ଜିନିଷ ଗୁଡ଼ିକର ସ୍ଥାନ ପରିବର୍ତନ ହୋଇଥିବା ଦେଖିବାକୁ ମିଳେ।
ଏହି ସ୍ଥାନ ସହ ଜଡ଼ିତ ଆଉ ବିଶେଷ ଏକ ମାନ୍ୟତା ଅନୁଯାୟୀ, ଏଠାକେ ଥିବା ପ୍ରତି ଗଛ ଯୋଡ଼ାରେ ରହିଛନ୍ତି। ଏହା ସହ ଗଛର ଶାଖା ମଧ୍ୟ ପରସ୍ପର ସହ ଜଡ଼ିତ ହୋଇ ରହିଛି।ଏଠାରେ ଥିବା ବୃକ୍ଷ ଗୁଡ଼ିକୁ କେହି କିଛି ମଧ୍ୟ କ୍ଷତି କରିନଥାଆନ୍ତି। ଏହାସହ ମାନ୍ୟତା ଅନୁଯାୟୀ, ଏଠାରେ ସ୍ଥିତ ବାଙ୍କେ-ବିହାରୀ ଜୀଙ୍କ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅଭିଷେକ ଏବଂ ଭୋଗ ଲଗାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories