www.samajalive.in
Saturday, December 6, 2025
23.1 C
Bhubaneswar

କଇଁଛ ମୁଦି ପିନ୍ଧିଥିଲେ ଜାଣି ରଖନ୍ତୁ..

ସଭିଏଁ ଇଚ୍ଛା କରିଥାଆନ୍ତି ଆଶାନୁରୂପକ ଧନ ସଞ୍ଚୟ କରିବା ପାଇଁ। ଅନେକ ସମୟରେ ଏପରି ହୋଇଥାଏ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ ହୋଇପାରିନଥାଏ। ଆଧ୍ୟାତ୍ମିକ ମାନ୍ୟତା ଅନୁଯାୟୀ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ମାନ୍ୟତା ଅନୁଯାୟୀ, ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଦ୍ୱାରା ଧନ ଟାଣି ହୋଇ ଆସିଥାଏ। ଏହାସହ ମା’ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଥାଆନ୍ତି। ଏହାକୁ ଲୋକେ ପିନ୍ଧି ଥାଆନ୍ତି,ମାତ୍ର ଏହି ମୁଦିକୁ ପିନ୍ଧିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ନଚେତ୍‌‌ ଶୁଭଫଳ ମିଳିନଥାଏ। ଜାଣନ୍ତୁ..
ମୁଦି ତିଆରି କରିବାରେ ଧାତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଇଁଛ ମୁଦି ଚାନ୍ଦିରେ ତିଆରି ହେବା ଅତ୍ୟନ୍ତ ଉତ୍ତମ। ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ଧାରଣ କରିବା ଦ୍ୱାରା ଶୁଭଫଳ ମିଳିନଥାଏ। ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ପିନ୍ଧି ପାରିବେ।
ମୁଦି ଧାରଣ କରିବା ପୂର୍ବରୁ ଏହାର ଶୁଦ୍ଧତା ନିତାନ୍ତ ଜରୁରୀ। ସଠିକ୍‌‌ ଭାବେ ଶୁଦ୍ଧତା ପାଇଁ ଏହାକୁ ଗଙ୍ଗାଜଳ ଓ କ୍ଷୀରରେ ଧୁଅନ୍ତୁ।
ଏହି ମୁଦିକୁ ପ୍ରଥମେ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି ପୂଜା କରି ଏହାକୁ ଧାରଣ କରିବା ଦ୍ୱାରା ବିଶେଷ କୃପା ମିଳିଥାଏ।
ଅନେକ ଲୋକେ ଏହାକୁ ପିନ୍ଧିବା ସମୟରେ ଦ୍ୱନ୍ଦ୍ୱରେ ଥାଆନ୍ତି। କଇଁଛର ମୁହଁ କେଉଁ ଆଡକୁ ରହିବା ନେଇ। ଏହାକୁ ପିନ୍ଧିବାର ସଠିକ୍‌‌ ଶୈଳୀ ହେଉଛି କଇଁଛର ମୁହଁ ନିଜ ଆଡକୁ ରହିବ।
କଇଁଛ ମୁଦିକୁ ସର୍ବଦା ନିଜ ଡାହାଣ ହାତରେ ମଧ୍ୟମା ଆଙ୍ଗୁଠିରେ ପିନ୍ଧନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories