www.samajalive.in
Saturday, December 6, 2025
23.1 C
Bhubaneswar

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ – କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଧାନ ବିଚାରପତିଙ୍କୁ ଚିଠି

ନୂଆଦିଲ୍ଲୀ: ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପାଇଁ ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦେଶର ୨୬୦ଜଣ ପ୍ରମୁଖ ବ୍ୟକ୍ତି ବିଶେଷ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠି ଲେଖିଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏସ୍ ଏନ୍ ଧିଙ୍ଗ୍ରା। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଉଦୟନିଧିଙ୍କ ମନ୍ତବ୍ୟ ଘୃଣା ସୃଷ୍ଟିକାରୀ। ଏପରି ଘୃଣା ମନ୍ତବ୍ୟ ପାଇଁ ଉଦୟନିଧି କ୍ଷମା ମାଗି ନାହାନ୍ତି। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଅନ୍ୟଥା ସମ୍ବିଧାନର ଧର୍ମନିରପେକ୍ଷ ଧାରା ଉପରେ ହସ୍ତକ୍ଷେପ କରାଯିବା ସଦୃଶ। ଅନ୍ୟପଟେ ଷ୍ଟାଲିନଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ମନା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ସେପ୍ଟେମ୍ବର ୨ ତାରିଖ (ଶନିବାର) ଉଦୟନିଧି କଳାକାର ଓ ଲେଖକଙ୍କ ପକ୍ଷରୁ ଆୟୋଜିତ ସଭାରେ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ସନାତନ ଧର୍ମ ଡେଙ୍ଗୁ ଓ ମେଲେରିଆ ସଦୃୃଶ। ତେଣୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବା ଦରକାର।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories