www.samajalive.in
Wednesday, December 10, 2025
23.1 C
Bhubaneswar

ବିରୋଧୀଙ୍କ ହଟ୍ଟଗୋଳ: ଲୋକସଭା ଓ ରାଜ୍ୟସଭା ୨ଟା ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏସଆଇଆର ପ୍ରସଙ୍ଗକୁ ନେଇ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ହଟ୍ଟଗୋଳ ହେବାରୁ ଉଭୟ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଲୋକସଭାରେ ବିରୋଧୀ ସଦସ୍ୟ ମାନେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସଆଇଆର, ନିର୍ବାଚନ କମିଶନ ଓ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ପ୍ରଥମେ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା, ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ନାରାବାଜି ଯୋଗୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

ସେପଟେ ରାଜ୍ୟସଭାରେ ମଧ୍ୟ କଂଗ୍ରେସ ସଦସ୍ୟ ମାନେ ସରକାରଙ୍କୁ ଟାର୍ଗେଟ କରି ନାରାବାଜି କରିଥିଲେ । ଗୃହକୁ ଚାଲିବାକୁ ନଦେବାରୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ବାଚସ୍ପତି ସିପି. ରାଧାକୃଷ୍ଣନ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିରୋଧୀଙ୍କ ଗୋଟିଏ ଜିଦ ଏସଆଇଆର ବନ୍ଦ କରାଯାଉ, ସରକାର ଏହା ଉପରେ ଆଲୋଚନା କରନ୍ତୁ । ସରକାର ସ୍ପଷ୍ଟ କରିଛନ୍ତି ଯେ ଏସଆଇଆର ଉପରେ ଆଲୋଚନା କରିବାକୁ ବିରୋଧ କରୁନାହୁଁ, କିନ୍ତୁ ଏଥିପାଇଁ ଏକ ସମୟସୀମା ସ୍ଥିର କରିପାରିବେ ନାହିଁ ।

- Advertisement -

ଆଜି ଲୋକସଭାରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସଂଶୋଧନ) ବିଲ୍‌ ୨୦୨୫ ଆଗତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍‌ ମାଧ୍ୟମରେ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ଏବଂ ସେସ୍‌ ବୃଦ୍ଧି ପ୍ରସ୍ତାବ ଦେବେ ।

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories