www.samajalive.in
Saturday, December 13, 2025
27.1 C
Bhubaneswar

ସଂସଦ ଅଧିବେଶନ ଆରମ୍ଭ; ଫାରୁକ ଅବଦୁଲ୍ଲାଙ୍କ ମୁକ୍ତି ଦାବିରେ ବିରୋଧୀଙ୍କ ନାରାବାଜି

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ସୋମବାରଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ​‌ ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ। ଜାମ୍ମୁ-କାଶ୍ମୀର ସ୍ଥିତିକୁ ନେଇ କଂଗ୍ରେସ ଏବଂ ମହାରାଷ୍ଟ୍ରରେ ଚାଷୀଙ୍କ ସମସ୍ୟାକୁ ନେଇ ଶିବସେନା ସଦସ୍ୟମାନେ ହୋହଲ୍ଲା କରିଥିଲେ। ସେହିପରି ଜାମ୍ମୁ-କାଶ୍ମୀରରେ ଗୃହବନ୍ଦୀ କରାଯାଇଥିବା ସାଂସଦ ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରିବାକୁ ଦାବି କରାଯାଇ ହଟ୍ଟଗୋଳ କରାଯାଇଥିଲା।

ଲୋକସଭା ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା କ୍ଷଣି କଂଗ୍ରେସ, ଏନସିପି ଶିବସେନା ସଦସ୍ୟମାନେ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ। କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇ ଅଭିଯୋଗ କରିଥିଲେ ଯେ, ସରକାର ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି ଏବଂ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରାଯାଉଛି। ପରେ କଂଗ୍ରେସ ନେତାମାନେ ବାଚସ୍ପତିଙ୍କ ନିକଟରେ ପହଞ୍ଚି ଫାରୁକ ଅବଦୁଲ୍ଲାଙ୍କୁ ଫେରାଇ ଆଣ ଏବଂ ଗଣତନ୍ତ୍ରର ହତ୍ୟା ବନ୍ଦ କର ବୋଲି କହି ନାରା ଦେଇଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଲୋକସଭା ଏବଂ ରାଜ୍ୟସଭାରେ ସଦସ୍ୟମାନେ ସୁଷମା ସ୍ବରାଜ ଏବଂ ଅରୁଣ ଜେଟଲୀଙ୍କ ସମେତ ଦିବଂଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories