ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲା, ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୁଲିସର ବିରୋଧ
ଡେସ୍କ: ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାରେ ଅଭିଯୁକ୍ତ ନୀଲମ ଆଜାଦଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୁଲିସ ବିରୋଧ କରିଛି। ଏହି ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଭଳି ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି। ପୁଲିସ କହିଛି, ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗମ୍ଭୀର ଏବଂ ଘୃଣ୍ୟ। ସୂଚନାନୁସାରେ ଅଭିଯୁକ୍ତମାନେ ଭାରତର ସର୍ବଭୋମତ୍ଵ ଏବଂ ଅଖଣ୍ଡତାକୁ ଭଣ୍ଡୁର କରିବାରେ ଜଡିତ ଥିଲେ ବୋଲି ପୁଲିସ ପକ୍ଷରୁ ଦର୍ଶାଯାଇଛି।
ବର୍ତ୍ତମାନର ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଦୃଢ଼ ଓ ବିଶ୍ୱସନୀୟ ସାମଗ୍ରୀ, ପ୍ରମାଣ ଏବଂ ଅନ୍ୟାନ୍ୟ ଦଲିଲ ଅଛି, ତାହା ବିଚାରକୁ ନେଲେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା ସମ୍ଭବ ନୁହେଁ ବୋଲି ପୁଲିସ କହିଛି। ପୋଲିସ ଆହୁରି ମଧ୍ୟ କହିଛି ଯେ ସାମଗ୍ରୀ, ପ୍ରମାଣ ଏବଂ ଅନ୍ୟାନ୍ୟ ଦସ୍ତାବିଜ ଆଧାରିତ ପ୍ରମାଣ ଏହି ଅପରାଧରେ ସମ୍ପୃକ୍ତ ଥିବା ଦର୍ଶାଉଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କୁ ଜାମିନ ଦିଆଗଲେ ଏହି ଘଟଣାର ଅନୁସନ୍ଧାନ କରୁଥିବା ସଂସ୍ଥା ପାଇଁ କ୍ଷତିକାରକ ହୋଇପାରେ ବୋଲି ପୁଲିସ କହିଛି।
ତେବେ ଜବାବସୁଆଲ ପରେ କୋର୍ଟ ଜାନୁଆରୀ ୧୮କୁ ଆଦେଶ ସଂରକ୍ଷିତ ରଖିଛନ୍ତି।
Comments are closed.