ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ। ମନ୍ଦିର ଚତୁଃପାର୍ଶ୍ବ ଏବଂ ଗୁଣ୍ଡିଚା ମନ୍ଦିର ବୁଲି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଉପସ୍ଥିତ ରହିଛନ୍ତି। ଅନୁଧ୍ୟାନ କରିବା ପରେ ଗଜପତି ମହାରାଜ କହିଛନ୍ତି ଉତ୍ତର ଦ୍ଵାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଉଛି। ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା ହୋଇପାରୁନି। ଉତ୍ତର ଦ୍ଵାର ବାହାରେ ବିଶିଷ୍ଟ ଜାଗାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା ରହିଛି। ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ। କିନ୍ତୁ ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଆଗକୁ ପଦକ୍ଷେପ ନେବାକୁ ନିବେଦନ କରିବୁ।
Popular Categories



