MEllora 950×100

ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ପରେଶ୍ଵ ରାୱଲ

ନୂଆଦିଲ୍ଲୀ: ଟିକା ନେବା ପରେ ବି କରୋନାରେ ସଂକ୍ରମିତ ହେଉଛନ୍ତି ଲୋକ। ଏହି କ୍ରମରେ ବଲିଉଡ୍‌ ଅଭିନେତା ପରେଶ ରାୱଲ ଟିକା ନେବା ସତ୍ବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଅମିର ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସମ୍ନାକୁ ଆସିଥିଲା।

ପରେଶ ଟ୍ବିଟ୍‌ କରି କହିଛନ୍ତି, ଯେ ସେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ, ପରେଶ ରାୱଲ ଦୁଇ ସପ୍ତାହ ତଳେ ଅର୍ଥାତ ମାର୍ଚ୍ଚ ୯ ତାରିଖରେ କୋଭିଡ୍‌ ଟିକାର ପ୍ରଥମ ଡୋଜ ନେଇଥିଲେ। ଏହି ସମୟର ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି।

Comments are closed.