www.samajalive.in
Monday, December 15, 2025
15.1 C
Bhubaneswar

ଗୋପବନ୍ଧୁ ସ୍ବାସ୍ଥ୍ୟବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରାଯାଉ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା େଯାଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବି କରିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକଙ୍କୁ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି ଯେ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଯୋଡିବା ପାଇଁ ଏବେ ଅନ୍ ଲାଇନ୍ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ମାତ୍ର ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଥିବା ସାମ୍ବାଦିକ ମାନେ ଆବେଦନ କରି ନ ପାରିବା ଭଳି ବ୍ୟବସ୍ଥା ରହିଛି। ଏକ ଆକଳନରୁ ଜଣାପଡିଛି କି,ଏହି ଧାରାରେ ସମଗ୍ର ରାଜ୍ୟର ପ୍ରାୟ ୩୦ଭାଗ ସାମ୍ବାଦିକ ଆବେଦନ ପାଇଁ ଅଯୋଗ୍ୟ ବିବେଚିତ ହେବେ। ଯାହାକି, ପୂର୍ବରୁ ବୀମା ତାଲିକାରେ ଥିବା ସାମ୍ବାଦିକଙ୍କୁ ବ୍ୟଥିତ କରିଛି। ପ୍ରସ୍ତୁତ ତାଲିକାଟି ସାମ୍ବାଦିକଙ୍କ ଚିହ୍ନଟ ସମ୍ପର୍କିତ ଏକ ଡାଟା ବେସ୍ ସଦୃଶ ହୋଇଥିବାରୁ ଯଦି ଏହି ତାଲିକାରୁ ବହୁ ସଖ୍ୟକ ସାମ୍ବାଦିକ ବାଦ ପଡିବେ। ଏହାଦ୍ୱାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ପୂର୍ଣ୍ଣାଙ୍ଗ ତାଲିକା ପାଇବାରୁ ସରକାର ମଧ୍ୟ ବଞ୍ଚିତ ହେବେ।

ଏ ପ୍ରସଙ୍ଗକୁ ମଧ୍ୟ ଟ୍ବିଟ ଯୋଗେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏହାଛଡା ସାମ୍ବାଦିକଙ୍କ ପିତାମାତାଙ୍କୁ ବୀମାଭୁକ୍ତ କରିବା ଏବଂ ଅବସରକାଳୀନ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି ବୋଲି ଶ୍ରୀ କର କହିଛନ୍ତି। ଏ ନେଇ ପ୍ରତିନିଧି ମଣ୍ଡଳୀ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ସରୋଜ କୁମାର ସାମଲଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି। ବିଭାଗୀୟ ନିର୍ଦେଶକ ସମ୍ପୃକ୍ତ ପ୍ରସଙ୍ଗରେ ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ। ପ୍ରତିନିଧି ମଣ୍ଡଳରେ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲାଟେନ୍ଦୁ ସେନାପତି ପ୍ରମୁଖ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories