www.samajalive.in
Tuesday, December 9, 2025
15.1 C
Bhubaneswar

ପରଙ୍ଗ ଯାତ୍ରା, ପାହାଡିଆ ଅଞ୍ଚଳ ଅଭିମୁଖେ ଗୋପାଳକ

ପାହାଡିଆ ଅଞ୍ଚଳ ଅଭିମୁଖେ ଗୋପାଳକ। ବର୍ଷାଋତୁରେ ଚାରଣଭୂମି ଜଳମଗ୍ନ ହେବା କାରଣରୁ ଗୋରୁ, ଗାଇଙ୍କର ଖାଦ୍ୟାଭାବ ଦେଖା ଦେଇଥାଏ। ଚନ୍ଦନପୁର, ସତ୍ୟବାଦୀ, ବ୍ରହ୍ମଗିରି ଆଦି ଅଞ୍ଚଳରେ ଥିବା ଜଳମଗ୍ନ ଚାଷଜମି ଅଞ୍ଚଳର ଗୋପାଳକମାନେ ସେମାନଙ୍କ ଗୋରୁ, ଗାଇ, ଛେଳି, ମେଣ୍ଢା ଆଦିଙ୍କୁ ସାଙ୍ଗରେ ନେଇ ଜଟଣୀ, ଖୋର୍ଦ୍ଧା, ଓ ଚନ୍ଦକା ଆଦି ପାହାଡିଆ ଅଞ୍ଚଳକୁ ଚାଲିଯାଇଥାନ୍ତି। ସେଠାରେ ସେମାନେ ଅସ୍ଥାୟୀ ଗୁହାଳ ଘର ନିର୍ମାଣ କରି ଗୋରୁ,ଗାଇଙ୍କୁ ପାଳନ କରିଥାନ୍ତି।

- Advertisement -

ବିଶେଷ କରି କ୍ଷୀର ବିକ୍ରୀ କରି ସେମାନେ ନିଜର ଖର୍ଚ୍ଚ ତୁଳାଇବା ସହ ବଳକା ପଇସାକୁ ଘରକୁ ମଧ୍ୟ ପଠାଇଥାନ୍ତି। ବର୍ଷାଋତୁ ସରିଲା ପରେ ବୁଡି ଅଞ୍ଚଳର ଜମିରୁ ପାଣି ଶୁଖି ଘାସ କଅଁଳିବା ପରେ ପୁଣି ଗୋରୁ ଗାଇଙ୍କୁ ନେଇ ଏହି ଗୋପାଳକମାନେ ଘରକୁ ବାହୁଡିଥାନ୍ତି। ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଏହି ଗୋପାଳକମାନେ ଗୋରୁ, ଗାଇଙ୍କୁ ନେଇ ପାହାଡିଆ ଅଞ୍ଚଳ ଅଭିମୁଖେ ଯିବା ଓ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଘରକୁ ବାହୁଡିବାର ଦୃଶ୍ୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ। ଏହାକୁ ଗାଉଁଲି ଭାଷାରେ ପରଙ୍ଗ ବା ପରଦେଶ ଯାତ୍ରା କୁହାଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories