www.samajalive.in
Saturday, December 6, 2025
14.1 C
Bhubaneswar

ବିଷ ପିଇଥିବା ବାପାର ବି ମୃତ୍ୟୁ, କାଲି ଆଖି ବୁଜିଥିଲେ ପୁଅ, ଝିଅ

ପାରଳାଖେମୁଣ୍ଡି : ବିଷ ପିଇ ପୁରା ପରିବାର ସଫା। ପୁଅ ଏବଂ ଝିଅକୁ ବିଷ ଦେଇ ନିଜେ ବିଷ ପିଇଥିଲା ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ପାରଳାସାହି ରେ। ଗତକାଲି ପୁଅ ଏବଂ ଝିଅର ଜୀବନ ଯାଇଥିବାବେଳେ ଆଜି ବାପାଙ୍କର ବି ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ସମୟରେ ନିଜେ ବିଷ ପିଇବା ପରେ ପୁଅ, ଝିଅଙ୍କୁ ବାପା ବିଷ ଦେଇଥିଲେ। ପୁଅ, ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ଘଟିଛି। ଦୁଇ ମାସ ତଳେ ମାଆଙ୍କର ବି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories