www.samajalive.in
Saturday, December 6, 2025
15.1 C
Bhubaneswar

ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର ଅନଶନ

ପାରାଦୀପ : ଗୁରୁବାର ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ସଭାପତି ବାପି ସରଖେଲଙ୍କ ସଭାପତିତ୍ୱରେ (ଇଣ୍ଡିଆନ୍‍ ଅଏଲ କର୍ପୋରେସନ୍‍ ଲିମିଟେଡ଼୍‍) ଆଇଓସିଏଲ୍‍ ସମ୍ମୁଖରେ ଅନଶନ କରାଯାଇଛି। ସେମାନେ ବିଭିନ୍ନ ଦାବି ନେଇ ଏହି ଅନଶନ କରିଛନ୍ତି। ଦାବି ଗୁଡ଼ିକ ହେଉଛି, ଆଇଓସିଏଲରେ ଜଗତସିଂହପୁର ଜିଲାର ଯୁବକମାନଙ୍କ ନିଯୁକ୍ତି ପାଇଁ ୬୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯାଉ, ସିଏସଆର ଫଣ୍ଡ୍‍ ବ୍ୟବହାର କରି ସ୍ଥାନୀୟ ୮ଟି ଗ୍ରାମପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସୁବିଧା ଯୋଗାଇଦିଆଯାଉ, ଆଇଓସିଏଲର ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ଦରମା ବୃଦ୍ଧି କରାଯାଉ। ଏଥିସହିତ ଆଇଓସିଏଲର ୧୭୫୨ ଭୂମିହୀନ ପରିବାରକୁ ନିଶ୍ଚିତ ନିଯୁକ୍ତି ଯୋଗାଇ ଦିଆଯାଉ। ଏହିସବୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସରଖେଲ କହିଛନ୍ତି। ସରଖେଲଙ୍କ ସମେତ ହଜାର ହଜାର ଚୁକ୍ତିଭିତ୍ତିକ ଶ୍ରମିକ ଏହି ଅନଶନରେ ଯୋଗ ଦେଇଛନ୍ତି। ଶ୍ରମିକମାନେ କାର୍ଯ୍ୟ ଛାଡ଼ି ଅନଶନରେ ଯୋଗ ଦେବା ଯୋଗୁଁ ଆଇଓସିଏଲର କାର୍ଯ୍ୟରେ ବ୍ୟାଘାତ ଘଟିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories