ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ଜୈଶ-ଏ-ମହମ୍ମଦର ୭ଜଣ ଆତଙ୍କବାଦୀ ପ୍ରବେଶ କରି ଥିବାର ସୂଚନା ମିଳିବା ପରେ ଏହାକୁ ନେଇ ହାଇଏଲାର୍ଟ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଏହି ବାଟ ଦେଇ ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି।
ପଞ୍ଜାବ ଗୁଇନ୍ଦା ବିଭାଗର ଏହି ସୂଚନା ପରେ ସୀମାନ୍ତକୁ ସୂଚନା ଦିଆଯିବା ସହ ବୁଧବାର ପଞ୍ଜାବ- ପଠାନକୋର୍ଟଠାରେ ୪ ଦୁର୍ବୁତ୍ତଙ୍କ ଦ୍ୱାରା ଲୁଟ୍ ହୋଇଥିବା କାର ଅଭିଯୋଗକୁ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ତର୍ଗତ ଭାବେ ସନ୍ଦେହ କରାଯାଉଛି। ଏହି ଘଟଣା ପ୍ରକାଶିତ ହେବା ପରେ ପୂର୍ବ ପଞ୍ଜାବରେ ମଧ୍ୟ ହାଇ ଏଲାର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ସଡ଼କ ପଥରେ ଦିଲ୍ଲୀ ଯାଇ ସେଠାରେ ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାର ସମ୍ଭାବନା ରହିଥିବାବେଳେ ଏଥିରେ ବିଫଳ ହେଲେ ପଞ୍ଜାବରେ ବଡ଼ ଧରଣର ହିଂସାକାଣ୍ଡ ଘଟଣାବାର ସମ୍ଭାବନା ରହିଛି ବୋଲି ଗୁଇନ୍ଦା ବିଭାଗ ସନ୍ଦେହ କରୁଛି। ଅପରପକ୍ଷରେ ପଞ୍ଜାବ ଗୁଇନ୍ଦା ବିଭାଗର ଏହି ଏଲାର୍ଟ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ଗୁରୁତର ସହ ଗ୍ରହଣ କରି ସୀମାନ୍ତକୁ ସିଲ କରାଯାଇଛି। ଆତଙ୍କବାଦୀଙ୍କୁ ଠାବ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ପଞ୍ଜାବରେ ୭ଜଣ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ: ଦିଲ୍ଲୀରେ ହାଇଏଲାର୍ଟ
Popular Categories



