www.samajalive.in
Saturday, December 13, 2025
27.1 C
Bhubaneswar

ପାରା ଏସୀୟ କ୍ରୀଡା : ହରବିନ୍ଦରଙ୍କୁ ସ୍ୱର୍ଣ୍ଣ

ଜାକର୍ତ୍ତା : ଭାରତର ହରବିନ୍ଦର ସିଂହ ଏଠାରେ ଚାଲିଥିବା ପାରା ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ମୋନୁ ଘାଙ୍ଗାସଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ବୁଧବାର ତୀରନ୍ଦାଜୀ ପୁରୁଷ ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟ (ଡବ୍ଲ୍ୟୁ୨/ଏସଟି) ବର୍ଗ ଫାଇନାଲରେ ହରବିନ୍ଦର ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ଡିସ୍‍କସ୍‍ ଥ୍ରୋ ଇଭେଣ୍ଟ (ଏଫ୍‍୧୧)ରେ ମୋନୁ ଘାଙ୍ଗାସ ୩୫.୮୯ ମିଟର ଦୂରକୁ ଡିସ୍‍କସ ଫୋପାଡି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟପଦକ ହାସଲ କରିଛନ୍ତି। ପୁରୁଷ ସଟ୍‍ପୁଟ୍‍ରେ ଭାରତର (ଏଫ୍‍୪୬) ମହମ୍ମଦ ୟାସିରଙ୍କୁ ବ୍ରୋଞ୍ଜପଦକ ମିଳିଛି। ୟାସିର ୧୪.୨୨ ମିଟର ଦୂରକୁ ଡିସ୍‍କସ୍‍ ଫୋପାଡିଥିଲେ। ଏହି ଇଭେଣ୍ଟରେ ଚୀନର ୱି ଏନଲଙ୍ଗ୍‍ଙ୍କୁ ସ୍ୱର୍ଣ୍ଣ ଓ କାଜାଖ୍‍ସ୍ତାନର ମନସୁରବାୟେଭ୍‍ ରାଭିଲଙ୍କୁ ରୌପ୍ୟପଦକ ମିଳିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories