ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର , ଗୁଜବ ନ କରିବା ପାଇଁ ନିବେଦନ କଲେ ପପୁଙ୍କ ପତ୍ନୀ
ନୂଆଦିଲ୍ଲୀ: ଓଲିଉଡ୍ର କମେଡି କିଙ୍ଗ୍ ପପୁ ପମ୍ପମ୍ ଅଗ୍ନାଶୟ ଜନିତ ସମସ୍ୟା ପାଇଁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ପତ୍ନୀ ସଂଗୀତା ଶତପଥି ପ୍ରକାଶ କରିଛନ୍ତି । ଏମସ୍ର ଏବି -୮ ନମ୍ବର ଆଇସିୟୁରେ ପପୁଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନୁପ ସା ରାୟଙ୍କ ତତ୍ୱାବଧାନରେ ୬ ଜଣିଆ ଡାକ୍ତରୀଦଳ ପପୁଙ୍କର ଚିକିତ୍ସା କରୁଛନ୍ତି । ପପୁଙ୍କୁ ନେଇ ସୋସିଆଲ ମଡିଆରେ କେତେଜଣ ବିଭିନ୍ନ ଗୁଜବ କରୁଥିବା ଦେଖିବାକୁ ମିଳିଛି ।
କିଛି ଖବର ବି ଭାଇରାଲ ହୋଇଛି । ଏପରି ଗୁଜବକୁ ପ୍ରଚାର ନ କରିବା ପାଇଁ ପପୁଙ୍କର ପତ୍ନୀ ସଙ୍ଗୀତା ଅନୁରୋଧ କରିଛନ୍ତି । ପପୁଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ୩ ରୁ ୪ ଭିତରେ ସେ ସୁସ୍ଥ ହେବେ ବୋଲି ସଙ୍ଗୀତା ସୂଚନା ଦେଇଛନ୍ତି ।