ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ୭୩ତମ ବନ ମହୋତ୍ସବ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ମୀରା ନାୟକ, ସିଡିପିଓ ଏସ ଗୀତା ରାଣୀ, ଅତିରିକ୍ତ ତହସିଲଦାର ମଧୁସୁଦନ ମାଝୀ, ବିଦ୍ୟାଳୟ ସଭାପତି ରାଜ କିଶୋର ରାଓ ଯୋଗ ଦେଇଥିଲେ।

ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଚାରା ଗଛ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଯେଉଁ ଭଳି ଭାବେ ଜଙ୍ଗଲର ଗଛକଟା ଯାଉଛି ଜଙ୍ଗଲରେ ନିଆଁ ଲଗାଯାଉଛି ଜଙ୍ଗଲ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି। ଗଛ କାଟିବା ଦ୍ୱାରା ବୃଷ୍ଟିପାତରେ ପରିବର୍ତ୍ତନ ଘଟୁଛି। ପ୍ରକୃତି ପରିବେଶ ନଷ୍ଟ ହେବାରେ ଲାଗିଛି, ଯଦି ଏଭଳି ଲାଗିରହେ ତାହେଲେ ଆଗାମୀ ଦିନରେ ମାନବ ସମାଜ ଉପରେ ଦାଉ ସାଯିବ ପ୍ରକୃତି ଏଣୁ ଗଛ ଲଗାଇବା ଓ ଗଛର ଯତ୍ନ ନେବା ସହ ତାହାର ସୁରକ୍ଷା କରିବାକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ କହିଥିଲେ।

Comments are closed.